STORYMIRROR

Santosh Pattnayak

Others

2  

Santosh Pattnayak

Others

ଶୁଭସଞ୍ଜ

ଶୁଭସଞ୍ଜ

1 min
16

ଫଗୁଣ ଆସୁଚି ବସନ୍ତକୁ ନେଇ 

    ଶୀତଟା କଲାଣି ଲାଜ 

  ବଉଳାଟା ଏବେ ଗୋଠରୁ ଫେରିକି 

        ପିଇ ସାରିଲାଣି ପେଜ....


       ପ୍ରକୃତି ରାଣୀଙ୍କ ଅଧରେ ଶୋଭିତ 

            ସତେକି ସୂରୁଯ ତେଜ 

        ନଈରୁ ଫେରିଛି ଚମ୍ପି ବୋଉ ଏବେ 

             ଯୋଗାଡି ଦେଲାଣି ସଞ୍ଜ...


      ସାଆନ୍ତଙ୍କ ଠେଇଁ ଆଳତୀ ଲାଗିବ

           ଭକତ ହେଲେଣି ସଜ 

         ଉପନୀତ ହେଲା ଅପୂର୍ବ ସଞ୍ଜଟା

             ମନରେ ବିଭୁଙ୍କୁ ହେଜ....


  ଉତ୍କଳୀ ମନାସେ ସର୍ବ ସୁଖ ଶାନ୍ତି 

      ପକେଇକି ଶୁଭସଞ୍ଜ 

     ତା ଭକ୍ତିରେ ବନ୍ଧା କାଳିଆ ଠାକୁର 

           ଜନାର୍ଦ୍ଦନ ଚତୁର୍ଭୁଜ.....

        


Rate this content
Log in