Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Patra

Others

3  

Hemanta Patra

Others

ଶୁଭ ସକାଳ

ଶୁଭ ସକାଳ

1 min
622


ପୁରୁବ ଆକାଶେ

ଉଇଁଲାଣି ସୁନାର ସୁରୁଜ

ବହିଲାଣି ମଳୟ

ନେଇ ବଉଳର ବାସ ।

ପ୍ରକୃତି ହସୁଛି

ଦେଖି ରୁପାର ମୁରୁଜ ।

ଶୁଭ ସକାଳର ଶୁଭ ବାରତା

କେତେ ସୁନ୍ଦର ଗଢିଛି

ଆମ ପାଇଁ

ଆମ ଭାଗ୍ୟ ବିଧାତା ।

ଉଠରେ ମନ

ଆମକୁ କରିଛି ଅପେକ୍ଷା

ଜୀବନ ଯାତ୍ରା ।

ସିଏ ପରା ଆମର ହର୍ତା କର୍ତ୍ତା

ତା ବିନା ଆମ ଜୀବନ ପିତା ।

ଜୀବନ ତ ଏକ

ଶାନ୍ତ ଅଶାନ୍ତ ପୃଥିବୀଟିଏ

କେବେ ଜଳିବ ବିରହରେ

କେବେ ହେବ ପୁଲକିତ ପ୍ରେମରେ ।

ଜେବେ ବହିବ ମଳୟ

ଜୀବନ ଲାଗିବ ସୁନ୍ଦର

ବହିଲେ ବୈଶାଖୀ ଝାଞ୍ଜି

ଜୀବନଟା ହେବ ଅସାର ।

ଏ ଜୀବନେ ଅଛି ଆଶା ଅସୁମାରୀ

ଅନେକ ଅଧା ସପନ

ସାଉଁଟା ଅତୀତ

ଅନ୍ତରଙ୍ଗ ସ୍ମୃତି ଆଉ କର୍ତ୍ତବ୍ୟର

ଲମ୍ବା ଇସ୍ତାହାର ।

ସବୁ ବାଧା ବିଘ୍ନକୁ ପଛରେ ପକାଇ

ଜୀବନ ଯାତ୍ରାର

ଅଜଣା ଲକ୍ଷପଥେ

ହେବାକୁ ପଡିବ ଅଗ୍ରସର ।


Rate this content
Log in