STORYMIRROR

Banali Dash

Others

2  

Banali Dash

Others

ଶୁଭ ଜନ୍ମଦିନ ଭାଈ'

ଶୁଭ ଜନ୍ମଦିନ ଭାଈ'

1 min
895





ରାକ୍ଷୀ ବନ୍ଧା ହାତ,ଆଖିଏ ସପନ

ଦିନେ ଦେଖିଥିଲା ମନ,

ବିଭୁ କରୁଣାରୁ ଲଭିଲି ତତେ ମୁଁ

ହେଲା ମୋ' ଆଶା ପୂରଣ।

ପୂର୍ଣ୍ଣିମା ର ଚାନ୍ଦ ଯେହ୍ନେ ବଢୁଥା'

ହେବାକୁ ତୁ କାଳଜୟୀ,

କେତେ ସ୍ୱପ୍ନ ପରା ତତେ ନେଇ ବାବୁ'

କରିବୁନି ଧରାଶାୟୀ।

ଛନ୍ଦମୟ କରି ତୋଳିବୁ ଜୀବନ

ଜିତିବୁ ଧରା କୁ ଲଢି଼,

ତା'ସାଥିରେ ପୁଣି ଲୁହ କୁ ଉଜେଇଁ

ଖୁସି ରେ ହସନ୍ତୁ ବୋଲି,

ବାପା'ବୋଉ' ଙ୍କୁ ତୁ ଭେଟିଦଉଥିବୁ

ସୁଖ ସିନ୍ଦୁକ କୁ ସିଡି଼।

ଆଜିକାଲି ତୁ' ବୁଦ୍ଧିଆ ପଣ ରେ ହେଇ ଭାରି ପାରିବାର,

ଜିତୁଛୁ ମନ ମୋ' ଖୁସି ରେ ଖାଲି ବିଭୋର।

ଲାଗୁଛି ଯେମିତି ତୁ ବୋଧେ ବଡ଼

ମୁଁ ତୋ' ଠାରୁ ସାନ ,ବରଷ ଦଶଟା ବୋଲି।

ଜନମଦିନେ ତୋ' ଶୁଭେଚ୍ଛାର ର ସୁଅ

କେତେ କାହୁଁ ଆସିଥିବ,

ମୁଁ ସିନା କେତେ ଉଛୁର ହେଲିଣି,

ଦବାକୁ ତତେ ଏ ଶ୍ରେୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍