STORYMIRROR

Pramod Kumar Jena

Others

4  

Pramod Kumar Jena

Others

ଶୁଆ କହେ ଶାରୀ ଲୋ

ଶୁଆ କହେ ଶାରୀ ଲୋ

1 min
286


ବଳ ବୋଲି ୟାଙ୍କ କାଣିଚାଏ ନାହିଁ

ପିମ୍ପୁଡି ମାରୁଛି ଚୋଟ

ପୁରୁଷ ବାଘ ପୁଣି ସିଂହର ବଳ

ମାରନ୍ତି ତୁଚ୍ଛା କୁହାଟ (1)


ପାଟି ପାକୁଳିବା ଗାଈଠୁ ଶିଖିଲେ

ଚୋବାନ୍ତି ସଭିଏଁ ପାନ

କୁକୁରଙ୍କ ଭଳି ଶୁଙ୍ଘି ଶୁଙ୍ଘି ଏବେ

ଖୋଜନ୍ତି ମଦ ଦୋକାନ (2)


ଓଟଠୁ ଶିଖିଲେ ହେୟାର କଟିଙ୍ଗ୍

ଛେଳିଠୁ ଶିଖିଲେ ଦାଢୀ

ଦିନ କେତେ ଗଲେ ଲଙ୍ଗଳା ବୁଲିବେ

ଫିଙ୍ଗି ଲୁଗାପଟା ଶାଢୀ (3)


ମୟୂର ଭଳିଆ ସୁନ୍ଦର ନୁହେଁ ଲୋ

ନାଆଁ ତା କଜଳପାତି

ଛୋଟ ପକ୍ଷୀ ହୋଇ ମଣିଷ ଜାତିକୁ

ଶିଖାଇଲା ରାଜନୀତି (4)


ବୁଢା ମାଙ୍କଡଠୁ ଝାମ୍ପିବା ଶିଖିଲେ

କାଉଠୁ ଶିଖିଲା ମେଳି

ରକତ ଶୋଷିବା ମଶା ଶିଖେଇଲେ

ବିଲେଇ ପାଖରୁ କଳି (5)


ପଶୁ ପକ୍ଷୀଙ୍କଠୁ ବୁଦ୍ଧି ଚୋରି କରି

କରନ୍ତି ତାଙ୍କ ଶୀକାର

ଯାହାଠୁ ପାଇବେ ତାଙ୍କୁ ବୁଡେଇବେ

ଦି ଗୋଡିଆ ସ୍ୱାର୍ଥପର (6)


ବଳ ଓ ବୟସ ମଣିଷ ପାଖରୁ

ଦିଅନ୍ତି ଠାକୁର କାଢି

ଭାତ ମୁଠେ ପାଇଁ ପୁଅ ବୋହୁ ପାଖେ

ପଡିବାକୁ ପେଚା ଭଳି (7)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍