STORYMIRROR

Dharitri Das

Others

4  

Dharitri Das

Others

ଶରତରେ

ଶରତରେ

1 min
277

ଭାଦ୍ର ଆଶ୍ୱିନ ଶରତରେ

ମହୀର ଶୋଭା ମନହରେ।


ଶୁଭ୍ର ତନୁରେ କାଶତଣ୍ଡି

ସମୀରେ ଉଡେ ଖଣ୍ଡି ଖଣ୍ଡି।


ଧାନକ୍ଷେତର ଶ୍ୟାମଳିମା

କେ ବର୍ଣ୍ଣିବ ତାର ମହିମା।


କଇଁ ଫୁଲରେ ପୁଷ୍କରିଣୀ

ହୋଇଅଛି ସତେ ବରଣୀ।


ନଦୀର ଜଳ ସୁନିର୍ମଳ

କ୍ରୀଡ଼ନ୍ତି ତହିଁ ହଂସଦଳ।


ସୁନୀଳ ନଭେ ଧଳା ମେଘ

ବଣରେ ଗର୍ଜେ ଚିତା ବାଘ।


ନାନା ଜାତିର ଫୁଲ ଫୁଟି

ହରି ନେଉଛି ମନ ଗୋଟି।


କୃଷ୍ଣ ଜନ୍ମଠୁ ଆରମ୍ଭିଣ

କୁମାର ପୂର୍ଣ୍ଣିମା ପାଳିଣ।


ଜଗତ ଜନେ କାହିଁ କେତେ

ଗାଆନ୍ତି ଗୀତ ଆନନ୍ଦିତେ।


ତହିଁ ମଧ୍ୟରେ ଦଶହରା

ଆନନ୍ଦେ ସର୍ବେ ଦିଗହରା।


ତୋରଣେ ଭରା ମହୀସ୍ଥଳ

ବିଜୁଳି ବତୀ ମାଳ ମାଳ।


ସତେକି ଲକ୍ଷ ଲକ୍ଷ ତାରା

ଓହ୍ଲାଇ ଆସିଛନ୍ତି ଧରା।


ସବୁ ଆନନ୍ଦ କରି ଠୁଳ

ପାଳୁ ଅଛନ୍ତି ମହୀପାଳ।


ନିର୍ମଳ ଶୋଭା ଜଗତରେ

ମିଳଇ ସିନା ଶରତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍