ଶରତର ଆଗମନେ
ଶରତର ଆଗମନେ
1 min
178
ସବୁଜ ଶୋଭାରେ ପୂର୍ଣ୍ଣ ଆଭାମୟୀ
ଲୋହିତ ଆକାଶ ତଳେ
ଅପୂର୍ବ ସୁନ୍ଦର ଦୃଶ୍ୟରେ ଶୋଭିତା
ପାର୍ବଣ ଋତୁର କାଳେ....0
ନଭରେ ହସୁଛି ଶରତ ଯାମିନୀ
ସରିତେ ହସଇ କଇଁ
ବଉଦ ଫାଙ୍କରୁ ଜହ୍ନ ଚାହୁଁଅଛି
ମୁରୁକି ହସକୁ ଦେଇ ....୧
ନୀଳ ଆକାଶର ଚନ୍ଦ୍ରମାକୁ ଦେଖି
ଫୁଲେଇ ଧରଣୀ ରାଣୀ
କାଶତଣ୍ଡୀ ଫୁଲେ ଗଭାକୁ ସଜାଏ
ସବୁଜ ବନାନୀ ବେଣୀ....୨
ସଧିର ସମୀରେ ଅଧିର ମନରେ
କୁମୁଦିନୀ ଉଷା ପ୍ରେମେ
ପ୍ରକୃତି ପ୍ରାଚୁର୍ଯ୍ୟ ଲାଗଇ ଆଶ୍ଚର୍ଯ୍ୟ
ଶରତର ଆଗମନେ....୩
