ଶରତ
ଶରତ
1 min
395
ଝିପିଝିପି ମେଘ ସରିଗଲା ଏବେ
ବରଷା ବିଦାୟ ନେଲା ।
ଟିକି ଟିକି ଟୋପା ଶିଶିର ବିନ୍ଦୁ ଯେ
ମରତକୁ ଛୁଇଁଗଲା ।
ଦୁନିଆଟା ଆଜି ସୁନ୍ଦର ଲାଗୁଚି
ଶରତର ଆଗମନେ ।
କାଶତଣ୍ଡି ଫୁଲ ନଦୀ ପଠା ପରେ
ମୁରୁକି ହସୁଛି ମନେ ।
ସୁନୀଳ ଆକାଶ ଦିଶୁଅଛି ତୋଫା
ଶୋଭାଶ୍ରୀରେ ବିମଣ୍ଡିତ ।
କୁମୁଦିନୀ ହସେ ସରୋବର ତଟେ
ଜହ୍ନକୁ ଦେଖି ଲଜ୍ଜିତ ।
ସପନରେ ହଜେ ପାହାଡି ଝରଣା
ମନରେ ଅଭୁଲା ପ୍ରୀତି ।
ଜୋଛନାରେ ଭିଜି ଗାଇଯାଏ ଆଜି
ଆନନ୍ଦରେ ମଧୁ ଗୀତି ।
ଜଗତଜନନୀ ମାଆ ଦଶଭୁଜା
ଆସିବେ ଧରା ପୃଷ୍ଠକୁ ।
ଦୁର୍ଗତିନି ଦୁଷ୍ଟକୁ ବିନାଶି
ଉଧାରିବେ ଜଗତକୁ ।
