STORYMIRROR

Anupama Sahu

Others

3  

Anupama Sahu

Others

ଶ୍ରମିକ

ଶ୍ରମିକ

1 min
262

ଦିବା ରାତ୍ରକୁ କରି ଏକାକାର 

ଖଟି ଖଟି ପ୍ରାଣ ବଞ୍ଚାଏ ତାର। ୧।


ରକତ ନିଗାଡି ଶ୍ରମ ସେ କରେ 

ସଭିଙ୍କ ଜୀବନେ ଖୁସି ଯେ ଭରେ। ୨।


ନିଜ ସୁଖ କଥା କେବେ ଭାବେନା 

ନିଜ ପାଇଁ କିଛି ସ୍ୱପ୍ନ ଦେଖେନା। ୩।


ଦାରିଦ୍ର୍ୟ କଷଣ ସଦା ଭୋଗଇ 

ଦୁଃଖେ କଷ୍ଟେ ପରିବାର ପାଳଇ। ୪।


ଖରା, ବର୍ଷା, ଶୀତ, କାକର ସହି 

ଗଢଇ ଆହା କି ସୁନ୍ଦର ମହୀ।୫।


ଲୁହ, ଲହୁ, ଘର୍ମ ଅଜାଡି ଦିଏ 

ଅନ୍ୟକୁ ହସାଇ ହସଇ ସିଏ।୬।


ସେ ପରା ଅଟଇ ଦେଶ ଗୌରବ 

ଶ୍ରମ ଦାନ କରେ ରଖି ସରାଗ। ୭।


ମାତୃଭୂମିର ସେ ଯୋଗ୍ୟ ସନ୍ତାନ 

ତା ପାଇଁ ସୁନ୍ଦର ଆମ ଜୀବନ।୮।


             

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍