STORYMIRROR

Sukanti Hotta

Others

3  

Sukanti Hotta

Others

ଶ୍ରୀରାମ

ଶ୍ରୀରାମ

1 min
623


ଦଶରଥ ସୂତ ମର୍ଯ୍ୟାଦା ପୁରୁଷ

ଶାନ୍ତ ଶିଷ୍ଟ ଭଦ୍ର ସୌମ୍ୟ

ସୀତା ପ୍ରାଣ ଧନ ଜୀବର ଜୀବନ

ତୁମ ଚରଣେ ପ୍ରଣାମ


ହେ କୋଦଣ୍ଡ ଧର କୌଶଲ୍ୟା ନନ୍ଦନ

ରାଜୀବଲୋଚନ ପ୍ରଭୁ

ଦୁଷ୍ଟ ବିନାଶନ ସନ୍ଥ ପାଳନ

କରୁଣାବତାର ବିଭୁ


ତୁମନାମ ସତ୍ୟ ଅହିଁସାର ଦୂତ

ପିତୃଭକ୍ତ ଅଟ ତୁମେ

ପିତା ସତ୍ୟ ପାଳି ବନବାସ ଗଲ

ଅବୋଧ ଅଜ୍ଞାନ ଆମେ


ଭକ୍ତି ଜ୍ଞାନ ଯୋଗ ତୁମଠୁ ଶିଖିବେ

ଏହି କଳି ଯୁଗରେ

ସତ୍ୟ ଜ୍ଞାନ ଧର୍ମ ପ୍ରଚାର କରିଣ

ରହିବେ ସୁଖ ଶାନ୍ତିରେ


ଭାଇଭାଇ ସ୍ନେହ ଶିଖାଇ ଦେଇଛ

ସ୍ନେହ ପ୍ରେମେ ବାନ୍ଧି ହୋଇ

ଭୋଗ ବିଳାସକୁ ତ୍ୟାଗ କରିଛ

ପ୍ରଭୁ ତୁମେ ଭାବଗ୍ରାହୀ


ହନୁମାନ ହୃଦେ ସଦାବିରାଜିଛ

ଭକତ ଜୀବନ ଧନ

ତୁମ ଜନ୍ମଦିନେ ପ୍ରଣାମ କରୁଛି

ପଦତଳେ ଦିଅ ସ୍ଥାନ


ସୁକାନ୍ତି ହୋତା

ତାଳଚେର





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍