STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଶ୍ରୀରାଧାଙ୍କ ଖେଦ

ଶ୍ରୀରାଧାଙ୍କ ଖେଦ

1 min
798



ପଚାର..ସଖିଗୋ,ତାଙ୍କୁ, ମୋ ରାଣ କୁ ଦେଇ..(ବୃତ୍ତେ)

***********

ସଖୀ ଗୋ...

ଶୁଭେ ଯା, କର୍ଣ୍ଣେ, ସେ ମୋହନ ବଂଶୀ, ସଖୀ ଗୋ,

ରାଧା ରାଧା ବୋଲି, ଡ଼ାକେ ସେ ମୁରଲୀ, (୨ଥର)

ଡ଼ିଣ୍ଡିମ, ଏ ଗୋପେ ବାଜୁଛି ଗୋ..ରହି...

ସଖୀ ଗୋ....... ୧.


କଦମ୍ବର ତଳେ, ସେ ବେଣୁଧର,

ଛନ୍ଦ ପାଦେ ଉଭା ନଟନାଗର,

ରଙ୍ଗିମା ଓଠରେ, ବାଇ ସାତ ସୁରେ, (୨ଥର)

ମଜ୍ଜାଇଲା ମନ ଭୂଲାଇ ଗୋ...ସତେ...

ସଖୀ ଗୋ....... ୨.


ଦୁତି ଗୋ ସଧିରେ କହିବୁ ଯାଇ,

ମହତ ମୋ ରଖୁ କଳା କହ୍ନାଇ,

ନ ଜଗିବ ଆଉ, ମଧୁପୁର ଘାଟେ, (୨ଥର)

ହଟିଆ ନାଗର କହୁଛି.. ଗୋ... ତୋତେ...

ସଖୀ ଗୋ......... ୩.


ହୃଦୟେ ସଦା ମୁଁ, ବନ୍ଧା ତାହାରି,

ଏକଥା ତ ଜାଣେ, ମୁରଲୀଧାରି,

ନିନ୍ଦା ନୋହିବ ଗୋ, ପଦ ରଜ ମୂଲ, (୨ଥର)

ଦାସ ହୋଇ ପଦ ଧରୁଛି..ମୁଁ..... ତାର....

ସଖୀ ଗୋ....

ଶୁଭେ ଯା, କର୍ଣ୍ଣେ, ସେ ମୋହନ ବଂଶୀ....

ସଖୀ ଗୋ............. ୪.

******************

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ

କୋରାପୁଟ

9124049129 5


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍