ଶ୍ରୀପୁରୁଷ
ଶ୍ରୀପୁରୁଷ
1 min
355
ଅରି ପେଷି ଅସରଙ୍କୁ କରିଥିଲ ବଦ୍ଧ,
ଅଙ୍କେ ଚିରି ହୀରଣ୍ୟକୁ ନାଶକଲ ଅଦ୍ଦ ।।
ଅଘ୍ରି ତିନି ମାଗି ବାଳି ମସ୍ତକେ ଥାପିଲ,
ଅହଂମ୍ମତି ଭାଙ୍ଗି ତାର ପାତାଳେ ଚାପିଲ ।।
ଅହିଭୁଜଚନ୍ଦ୍ରଙ୍କ ସଜାଇ ମସ୍ତକରେ,
ଅମ୍ବୁଦଶ୍ୟାମ ହେ ରାସ କର ଗୋପ ପୂରେ ।।
ଅଙ୍ଗନାବର ରାଧାଙ୍କ ଅଞ୍ଚଳବାସରରେ,
ଅନିଶେ ଆଭୀର ଝୁଲ କେଳି କଦମ୍ବରେ ।।
ଆବାସ ଛାଡି ନିଜର ପୀରତି ଆଶାରେ,
ଆଳୟନାଭ ହେ ଭ୍ରମ ରାଧିକା ପଛରେ ।।
ଆରତ ଭଞ୍ଜନ ପ୍ରଭୁ ଆଶ୍ରବ ମୋ କର ଦୂର,
ଆଶ୍ରେ ତୁମ୍ଭର ମୁହିଁଯେ ଅଂହସହୀନାର ।।
ଆଭୀର ନଗର ଛାଡି କାହିଁ ଗଲ ନାଥ,
ଆଲୋକନ ପାଇଁ ସବୁ ଆଶା ହେଲା ବ୍ୟର୍ଥ ।।
ଆକିଂଚନ ସବୁ ମୋର ଅକାରଣ ସତେ,
ଆଶିଷ ବିହୀନ ତବ କି କରିବି ମର୍ତ୍ତ୍ୟେ ।।
