ଶ୍ରୀମନ୍ଦିର
ଶ୍ରୀମନ୍ଦିର
ବିଶ୍ୱ ବ୍ରହ୍ମାଣ୍ଡରେ ମନ୍ଦିର ଗୋଟିଏ
ଶ୍ରୀମନ୍ଦିର ତାର ନାମ,
ଯେଉଁ ମନ୍ଦିରରେ ଚତୁର୍ଦ୍ଧାମୂରତି
ପୁରୁଷୋତ୍ତମ ସେ ଧାମ,
ପୂର୍ଣ୍ଣ ଭକ୍ତ ମନସ୍କାମ
ଅମୁଲ୍ୟ ସମ୍ପଦ ସଂସାରଯାକର
ରହି ଅଛି ଯେଉଁ ଧାମ ll
ବିଶ୍ୱ ଦରବାରେ ମୋ ଭାରତ ଶ୍ରେଷ୍ଠ
ମଧ୍ୟେ ଉତ୍କଳ ପ୍ରଦେଶ,
ମଉଡମଣୀ ସେ କାଳିଆ ଠାକୁର
ଶ୍ରୀମନ୍ଦିରେ ରାଜବେଶ,
ଜାଣେ ତାଙ୍କୁ ସାରା ବିଶ୍ୱ
ସବୁ କିଛି ବଡ଼ ଜଗତରେ ତାର
ରହିଛି କୀର୍ତ୍ତି ବିଶେଷ ll
ବଡ଼ ତାର ନେତ ବଡ ଦାଣ୍ଡ ତାର
ବଡ ତାର ଶ୍ରୀମନ୍ଦିର,
ବଡ଼ ପଣ୍ଡା, ଭୋଗ ବଡ଼ ତା'ନିଯୋଗ
ରଥଯାତ୍ରା ବଡ଼ ତାର,
ମାଉସୀ ମା'ର ଘର,
ନଅ ଦିନ ଲାଗି ତିନିରଥେ ଚଢି
ରହି ଗୁଣ୍ଡିଚା ମନ୍ଦିର ll
ବିଶ୍ୱ ନିକେତନ ସେ ବିଶ୍ୱ ଭାବନ
ପତିତପାବନ ନାମ,
ନିବାସ ତାଙ୍କର ମହୋଦଧି ତୀର
ଶ୍ରୀନିଳକନ୍ଦର ଧାମ,
ଶ୍ରୀମନ୍ଦିର ଯାର ନାମ,
ସାରା ଜଗତର କରତା ଅଟନ୍ତି
ଯୋଗୀ ଧ୍ୟାୟନ୍ତି ନିଷ୍କାମ ll
ବଡ଼ ଠାକୁର ମୋ ଜଗା ବଳିଆ ରେ
ଶ୍ରୀମନ୍ଦିର ଲୀଳା ଧାମ,
ଭୁଦେବୀ ଶ୍ରୀଦେବୀ ବିମଳା ଶ୍ରୀଲକ୍ଷ୍ମୀ
ନୀଳ ସରସ୍ବତୀ ବାମ,
ବିଶ୍ୱନାଥ ଦ୍ୱାରି ଧାମ
ବାଇଶି ପାବଛ ଆନନ୍ଦ ବଜାର
ମୁଖଶାଳା ନାଟ ବ୍ରହ୍ମ ll
