STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଶ୍ରୀକୃଷ୍ଣ

ଶ୍ରୀକୃଷ୍ଣ

1 min
14.2K


କମନୀୟ କାନ୍ତି ଯାର ଅଣାକାର ଦେହ,

ଦର୍ଶନେ ସ୍ମରଣେ ଲୟେ ସର୍ବ ଭାରା କ୍ଷୟ,

ପ୍ରତିଶ୍ରୁତି ପରାମର୍ଶ ମାର୍ଗ ପ୍ରଦାୟକ,

ନୀତିଶିକ୍ଷା ଦାନକାରି ମାନସ ନାୟକ,

ଜୟ ଜୟ ଭାବଗ୍ରାହୀ,

ଭାବ ଦାନକାରି ତୁମେ ଯୋଗୀ ମନ ମୋହି.

ଜୟ ଜୟ ଭାବଗ୍ରାହୀ  ।୦

ସମଦର୍ଶୀ ଭାବ ତୁମ ସଦାନନ୍ଦ ମୁଖ,

ସମ୍ପର୍କର ଭାବ ସୁତ୍ର ତୁମେ ହେ ନାୟକ,

ସଧିର ସୁଧୀର ତୁମେ ଧରା ଧର ନାଥ,

ଗୋପ ବାଳୀ ଗଳା ହାର ପ୍ରଭୂ ରାଧାକାନ୍ତ,

ଶ୍ୟାମଘନ ପୀତବାସ,

ଚିତ୍ତଚୋର ନାମ ତୁମ ସ୍ମିତ ମନ୍ଦ ହାସ..

ଶ୍ୟାମଘନ ପୀତବାସ ।୧

ଧରା ଭାରା ଉଶ୍ବାସକ ତୁମେ ନାରାୟଣ,

ନର ରୂପୀ ଦେହ ବହି ନାନାଦି ରଚନ,

ଅବତାରୀ ପୁରୁଷ ହେ ଜଗତ ହିତର,

ଜାତ ହୁଅ ବାରମ୍ବାର ବିଭିନ୍ନ ରୂପର,

ବିକାଶିଣ ଧର୍ମ ପଥ

କର୍ମ ଫଳ ପ୍ରଦାୟକ ପ୍ରଭୁ ଗୋପିନାଥ.

ବିକାଶିଣ ଧର୍ମ ପଥ ।୨

ସ୍ନେହ ପ୍ରେମ ମର୍ଯ୍ୟାଦାର ଉତ୍ତମ ରୂପକ,

ରୁଚିକର କର୍ତ୍ତବ୍ୟର ଶିକ୍ଷା ପ୍ରଦାୟକ,

ରଚିଲ ଯେବଣ ଲୀଳା ଦ୍ବାପର ନାୟକ,

ପାପ ତାପ ନାଶକାରୀ ଗତି ପ୍ରଦାୟକ,

ଜୟ ଜୟ ବନମାଳୀ (ମୋର),

ଅନ୍ତଃ ବେଳେ ପାଶେ ଥିବ ମୁରଲୀକୁ ଚାଳୀ.

ଜୟ ଜୟ ବନମାଳୀ ।୪

ଅବିଷ୍ଣୁ ପ୍ରସାଦ ମିଶ୍ର,

କୋରାପୁଟ


Rate this content
Log in