STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

ଶ୍ରୀଗଣେଶ

ଶ୍ରୀଗଣେଶ

1 min
203


ଦିନ, ମାସ, ବର୍ଷ ବିତିଗଲା ପରେ

ଡାକିଲ ଆସ ଗଣେଷ,

ଯିବାକୁ କଉଠି ଇଚ୍ଛା ନାହିଁ ମୋର

ମନରେ ନାହିଁ ହରଷ ।୧।


କାହାକୁ କହିବି ଅନ୍ତର ଦୁଃଖକୁ

ଶୁଣିବାକୁ କେହି ନାହିଁ,

ହସୁଥାନ୍ତି ସର୍ବେ ଆନନ୍ଦିତ ହୋଇ

ମୋ ଆସିବା ଖୁସି ପାଇଁ ।୨।


ଡାକି ନେଇ ମତେ ରଖିବ ଦାଣ୍ଡରେ

ପାଖରେ ରହିବ ନାହିଁ,

ସୁଖ ନିଦ ପାଇଁ ଗୃହରେ ଶୋଇବ

ଏକା ଥିବି ମୁଁ ଯେ ଚାହିଁ ।୩।


ପିତାଙ୍କ ବୃଷଭ ପାଇଲେ ଖବର

ରାତିକୁ ଆସନ୍ତି ଧାଇଁ,

ନହେଲେ ଗାଆଁର ବୁଲା କୁକୁର ତ

ପାଖରେ ଯାନ୍ତି ଶୋଇ ।୪।


ରାତି ପାହି ଯେବେ ପ୍ରଭାତ ଆସଇ

ଧୀରେ ଧୀରେ ହୋଇ ରୁଣ୍ଡ,

ବିଦ୍ୟାଳୟ ଯେତେ ପୂଜା ଆରମ୍ଭନ୍ତି

ଅନୁଷ୍ଠାନେ କେତେ କାଣ୍ଡ ।୫।


ଯୋଜନା କରନ୍ତି ଖିଆ ପିଆ ପାଇଁ

ମୋ ପ୍ରତି ନଦେଇ ଧ୍ୟାନ,

ପୂଜା ପାଠ ଲାଗି ବିଚାର ନକରି

ଅନ୍ୟ ଦିଗେ ତାଙ୍କ ମନ ।୬।


ବ୍ରାହ୍ମଣକୁ ଡାକି କହନ୍ତି ସଭିଏଁ

ଚଞ୍ଚଳ ସାର ପୂଜନ,

ପୁଷ୍ପାଞ୍ଜଳି ଦେଇ ଯିବୁ ବୁଲିବାକୁ

ଗଡି ଯାଉଅଛି ଦିନ ।୭।


ମୂଷିକ ବାହନ ଚାହିଁ ରହିଛି ମୋ

ଭୋଗରେ ଲଡୁ ମିଳିବ,

କିଛି ତୋ ନଥାଏ ପୂଜାର ଥାଳିରେ

କହନ୍ତି ଚଳେଇ ଦେବ ।୮।


ଏମିତି ଭାବରେ ଦିନ ଗଡିଯାଇ

ସଞ୍ଜ ଆସେ ଯେବେ ନଇଁ,

ସବୁ ଆସି ପୁଣି ଏକାଠି ହୁଅନ୍ତି

ଭସାଣି କଥା ପଡଇ ।୯।


ଡିଜେବାଜା ସହ ଭାଙ୍ଗ ଭୋଗ ହେବ

ନାଲିଆ ମଦ ଯୋଗାଡ,

କେତେ ଲୋକଙ୍କର ଭିଡ ଜମିଯାଏ

ତକ୍ଷଣେ ହୁଅନ୍ତି ଠୁଳ ।୧୦।


ଟେକି ନେଇ ମତେ ଗାଡିରେ ରଖନ୍ତି

ବାନ୍ଧି ଦେଇ ଗୋଡ ହାତ,

କିଏ ବା ଦେଖୁଛି ମନର ଦୁଃଖ ମୋ

ହୃଦୟରେ ଭରା କ୍ଷତ ।୧୧।


ନାଗିନ ଗୀତରେ ଝୁମିଝୁମି ନାଚି

ପାଣି କୂଳକୁ ନିଅନ୍ତି,

ଗଣପତି ବାବା ମରୟା କହିଣ

ଜଳକୁ ଫିଙ୍କି ଦିଅନ୍ତି ।୧୨।


ଲୋକ ଦେଖାଣିଆଁ ଭକ୍ତି ଭାବ ନେଇ

କହୁଅଛ ଶ୍ରୀଗଣେଶ,

ଡାକି ଆଣି ମତେ ଏ ଦଶା କରିଲେ

ଆସିବିନି ତୁମ ପାଶ ।୧୩



Rate this content
Log in