STORYMIRROR

Tapaswini DashSarangi

Others

3  

Tapaswini DashSarangi

Others

ଶ୍ରୀଗଣେଶ ବନ୍ଦନା

ଶ୍ରୀଗଣେଶ ବନ୍ଦନା

1 min
434

ହେ ଗଣପତି ପାର୍ବତୀ ନନ୍ଦନ

        ଗଜାନନ ବିଦ୍ୟାଦାତା

ବିଘ୍ନହର୍ତ୍ତା ତୁମେ ଶିବଙ୍କ ତନୟ

        ସର୍ବତ୍ର ସିଦ୍ଧି ପ୍ରଦାତା।

ହେ ଗଣନାଥ ଗଣଙ୍କ ନାୟକ

        ଏକଦନ୍ତ ହୟଗ୍ରୀବ

ତୁମଙ୍କୁ ସ୍ମରିଲେ କୃପାର ବରଷା

         ସବୁଠି ବରଷୁଥିବ।

ହେ ଗଣଗ୍ରାମୀ ପରଶୁପାଣି ହେ

         ଶୂପକର୍ଣ୍ଣ ଲମ୍ବୋଦର

ଏକଦ୍ରଂଷ୍ଟା ତୁମେ ଗଣାଧ୍ଵପ ତୁମେ

       ବିନାୟକ ଦୌମାତୁର।

ହେ ଗଣେଶ୍ୱର ବିଦ୍ୟାର ଈଶ୍ୱର

       ଗଣାଧିପତି ଗଜାସ୍ୟ

ପଞ୍ଚଦେବ ମଧ୍ୟେ ଆଦିଦେବ ଭାବେ

     ସର୍ବଦା ତୁମେ ନମସ୍ୟ।

ହେ ଗଣେଶ ବିଘ୍ନ ନାଶନ ହେ

          ବିଘ୍ନ ହରଣ କରିବ

ଏତିକି ମିନତି ତୁମ ପାଶରେ ହେ

       ତୁମ'ଠି ଭକତି ଥିବ।

ହେ ଗଣେଶାନ ମୋର ନିବେଦନ

      ବିଦ୍ୟାର ଶକତି ଦେବ

ତୁମରି କୃପାରୁ ମୋହର ଲେଖନୀ

         ଅବିରତ ଚାଲୁଥିବ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍