STORYMIRROR

pranati Mahapatra

Others

3  

pranati Mahapatra

Others

ଶ୍ରେଷ୍ଠ ଧନ

ଶ୍ରେଷ୍ଠ ଧନ

1 min
397

ଶ୍ରେଷ୍ଠ ଧନ

🌺🌺🌺🌺🌺🌺🌺


ସର୍ବଶ୍ରେଷ୍ଠ ଧନ ଏ ଜଗତେ ଯାହା

     ଅଟେ ଇଶ୍ୱରଙ୍କ ଦାନ ,

ସେହି ଧନବଳେ ଶତୃ ହୁଏ ମିତ୍ର

    ଭୂମଣ୍ଡଳ ଜିଣେ ଜାଣ।

ଅମୂଲ୍ୟ ସମ୍ପଦ ପ୍ରେମ ନାମ ତା'ର

     ଜଗତ ହୁଅଇ ବଶ,

ପୃଥୀବୀ ରୂପକ ବନାନୀରେ ପୁଷ୍ପ

     ମଣିଷ ମଧୁ ର ସମ।

ପ୍ରେମରସ ବିନା ମଣିଷ ଜୀବନ 

     ନୁହଁଇ କେବେ ସାର୍ଥକ,

ପ୍ରେମ ଏ ସଂସାରେ କିଏ ବା ନ କରେ

     ନର ପଶୁ କୀଟ ପୋକ।

ପିତା ଯେ ପୁତ୍ରକୁ ମାତା ଦୁହିତାକୁ

       ପ୍ରେମ ପୁଣି ପ୍ରକୃତିକୁ,

ପ୍ରେମ ପୁଣି ଏଠି ଉଦାହରଣ ତ  

     ରାକ୍ଷୀରେ ଭଗିନୀ ଭ୍ରାତାକୁ।

 ପ୍ରେମିକ ପ୍ରେମିକା ପ୍ରେମ କରୁଥାନ୍ତି

        ଆନନ୍ଦ ଶାସ୍ଵତ ପ୍ରେମ,

ସେ ପ୍ରେମ କାହାଣୀ ଆଜି ଇତିହାସ

     କେଦାର ଗୌରୀ ସେ ନାମ।

ସମାଜ ପ୍ରକୃତି ପ୍ରେମେ ବଶ ହୋଇ

       କେ ହୁଏ ଉଦାହରଣ,

ଈଶ୍ବରଙ୍କ ପ୍ରେମେ ବାୟା ହୋଇ ଆହା

      ମୀରାବାଇ ଯେ ପ୍ରମାଣ।

ପ୍ରେମରସ ରସେ ବୁଡ଼ ଦେଇଥିଲେ

     ଜୀବନେ ଅମୃତ ମିଳେ,

ଆସ ବନ୍ଧୁ ସର୍ବେ ସେହି ପ୍ରେମରସେ 

     ବୁଡିବା ମିଳି ସକଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍