STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ଶ୍ରଦ୍ଧେୟ ଶରଦ

ଶ୍ରଦ୍ଧେୟ ଶରଦ

1 min
26.7K


ଆସିଲା ଶରଦ ହସିଲା ଧରା ଆନନ୍ଦ ମନେ,

କିଣିଲା ମାନସ ପଟ୍ଟଳ ମୋହି ନବ ଚେତନେ।

ନୀଳମେଘି ପାଟେ ଆଚ୍ଛାଦି ମହୀ ନିଜ ଶରୀର,

ପୁଲକ ଜଗାଏ ମନରେ ଆଣି ନାନା ସଂମ୍ଭାର।

ପଲ୍ଲବ ଗହଳେ ତରୁଏ ଭରା ଶୋଭା ବଢ଼ାନ୍ତି,

ବଲ୍ଲଭ ଆଗମେ ତରୁଣୀ ନବ ଆଶା ଭରନ୍ତି।

ଦୁର୍ଲ୍ଲଭ ଦୃଶ୍ୟକୁ ଶରଦ ହସି ରାଜିତ କରେ,

ସୁଲଭ ଜଗାଏ ଭଗିନୀ ଭାତୃ ସେନେହ ତୀରେ।

ନବ ନବ ଯାନିଯାତରା ନବ ଉଦ୍ଦୀପନାରେ

ଜାଗରୀତ ଦିଏ ଜନତା ମନେ ଆନନ୍ଦତାରେ।

ରାକ୍ଷୀ ରେଖା ସାତପୁରୀ ଓ ଗଣପତି ପୂଜନ,

ନୁଆଁଖାଇ ଷଠୀ ପରବ ଶ୍ରୀକୃଷ୍ଣ ଜନ୍ମ ମାନ।

ଖୁଦୁରୁକୁଣି ଜହ୍ନିଓଷା ପିତୃପୁରୁଷ ପୂଜା,

ଶାରଦୀୟ ନବରାତ୍ରୀ ଏ ଆଦି ପରବେ ସଜା।

ଚାଷୀଙ୍କ ମନରେ ଅସୀମ ଆଶା ଚାଷ ଜମିରେ,

ନବ ପୁଷ୍ପବତୀ ଲଭନ୍ତି ବୃକ୍ଷ ଲତିକା ଧୀରେ।

ନୂତନ କାକଳି କରନ୍ତି ନବ ଦ୍ବିଜେ କୋମଳେ,

କମଳେ ପୁରିତ ସରଣି କୋକନଦଙ୍କ ମେଳେ।

ଭିନ୍ନ ଭିନ୍ନ ପୁଷ୍ପେ ରାଜିତ ନବ ଲତିକା କୋଳ,

ଭରି ଉଠେ ବୀଜ ଜାତୀୟ ନାନା ସୁସ୍ବାଦୁ ଫଳ।

ଶିଶିର ପରଶେ ବିକାଶେ ନାନା ସୁଗନ୍ଧ ମୋହ,

ମନକୁ କିଣଇ ମୋଦରେ ସ୍ବଳ୍ପ ପବନେ ସ୍ନେହ।

ଜଳେ ପୁର୍ଣ୍ଣ ଜଳ ଆଶ୍ରୟ ସ୍ଥଳ ଶସ୍ଯ ଶ୍ୟାମଳୀ,

ବୃକ୍ଷ ପଲ୍ଲବିତେ ରାଜିତ ହୁଏ ନୂତନ କଳି।

ଶରଦ ଦିଅଇ ଆମୋଦ ପରିବେଶ ସୁଶୋଭା,

ସଜାଏ ମନରେ ଅପୂର୍ବ ନବ ଅମୀୟ ପ୍ରଭା।


ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


Rate this content
Log in