STORYMIRROR

Nrusingha Narayan Tripathy

Others

3  

Nrusingha Narayan Tripathy

Others

ଶ୍ରାଦ୍ଧବେଶ

ଶ୍ରାଦ୍ଧବେଶ

1 min
119

ନରଦେହେ ନାରାୟଣ ପୃଥିବୀରେ ଅବର୍ତ୍ତୀନ

  ଅଧର୍ମ କ୍ରୂରତା ନାଶୀ ଧର୍ମ ସ୍ଥାପନ

ରାମଚନ୍ଦ୍ର ତ୍ରେତୟାରେ ଶ୍ରୀକୃଷ୍ଣଯେ ଦ୍ୱାପରରେ

   ମାନବ ଜନମ ନେଲେ ମଧୁସୂଦନ

   ମାନବୀୟ ଲୀଳା କରିଣ

  ସ୍ମୃତିରେ ଶ୍ରଦ୍ଧlରେ ପାଳେ ଶ୍ରାଦ୍ଧର ଦିନ ll


ରାମ କୌଶଲ୍ୟା କୁମର ଦଶରଥ ପିତା ତାର

   ଜଗନ୍ନାଥ ରୂପେ କରେ ଯେ ଦୀପଦାନ

ପବିତ୍ର ସଂସ୍କୃତି ଆମ  ଅତୀତର କର୍ମ କାମ

   ମମତା ଦର୍ଶନେ ତାର କରୁ ମନ୍ଥନ

   ଶ୍ରାଦ୍ଧ ବେଶ ପ୍ରଭୁ ହୋଇଣ

  ଦର୍ଶନ ଦିଅନ୍ତି ପ୍ରଭୁ ପାଇଁ କଲ୍ୟାଣ ll


କୃଷ୍ଣ ପକ୍ଷ ମାର୍ଗଶିର ଚତୁର୍ଦ୍ଦଶୀ ଯେ ତିଥିର

  ଅଦିତି କଶ୍ୟପ ପାଇଁ ଶ୍ରାଦ୍ଧର ବେଶ

ଅମାବାସ୍ୟାର ଦିନରେ ଲାଗି ପିତୃପୁରୁଷରେ

  ଦଶରଥ କୌଶଲ୍ୟାଙ୍କ ଲାଗି ଉଦ୍ଦେଶ୍ୟ

   ଦୀପ ଦାନ ଦେଇ ଠାକୁର

  ଶୁଭ୍ର ବସ୍ତ୍ର ପିନ୍ଧି ଦେବ କି ମନୋହର ll


ଦେବକୀ ଯଶୋଦା ନନ୍ଦ ବାସୁଦେବ ଇନ୍ଦ୍ରଦ୍ୟୁମ୍ନ

  ଗୁଣ୍ଡିଚା ଦେବୀଙ୍କ ପାଇଁ ଦୀପ ଦେଇଣ 

ତିଥି ପ୍ରତିପଦା ଦିନ  ଦେବ ଦୀପାବଳୀ ଦିନ

   ଶ୍ରାଦ୍ଧବେଶେ ଜଗନ୍ନାଥ କରୁ ଦର୍ଶନ

   ଜଗନ୍ନାଥ ବଡ଼ ଠାକୁର

  ଲୀଳାଖେଳା ନୀଳାଚଳେ ଅତି ସୁନ୍ଦର ll


ସୁତାଶାଢ଼ୀ ଧଳାବେଶ  ନାଲି ଧଡ଼ି ସାଧାବେଶ

   ଷୋଳ ହାତେ ଶାଢ଼ୀ ଶୋଭେ ଜଗନ୍ନାଥଙ୍କ

ଚଉଦ ହାତେ ଲମ୍ବର ସାଢ଼େ ତିନି ଓସାରର

   ଏକ ହାତ କଳା ଧଡି ବଳଭଦ୍ରଙ୍କ

   ହଳଦିଆ ଧଡି ପିନ୍ଧିଣ

  ସୁଭଦ୍ରା ମାତାଙ୍କୁ ଦେଖୁ ଫେଡ଼ି ନୟନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍