STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

ଶ୍ରାବଣର ସୋମବାର

ଶ୍ରାବଣର ସୋମବାର

1 min
368


ନଦୀ ତୁଠେ ଭକ୍ତ ହୋଇଥାନ୍ତି ରୁଣ୍ଡ

ଭୋଳାବାବା ଭକ୍ତି ଭଳେ,

ପାଣି ନେଇ ଯାଇ ମସ୍ତକେ ଢାଳିବେ

ହେଳା ନ କରନ୍ତି ତିଳେ ।୧।


ଭକ୍ତଗଣ ଯେତେ ସାଙ୍ଗ ସାଥୀ ହୋଇ

ବୋଲବମ୍ ସ୍ବର ଗାଇ,

ଆଗେଇ ଚାଲନ୍ତି ମନେଲୟ ରଖି

ପ୍ରଭୁଙ୍କ ଦର୍ଶନ ପାଇଁ ।୨।


ଶ୍ରାବଣର ଧାରା ଖାତିର ନକରି

ବେଗିବେଗି ଦେଇ ପାଦ,

ରାତି ପାହାନ୍ତାରୁ ବାଟେ ଚାଲିଥାନ୍ତି 

ଆଖିରେ ନଥାଏ ନିଦ ।୩।


ପିଲା ଠାରୁ ବୁଢା ଏ ବ୍ରତ କରନ୍ତି

ନାହିଁ ତ ବାଛ ବିଚାର,

କରୁଣା ସାଗର କରୁଣା କରନ୍ତି

ପ୍ରଭୁ ସେ ଭୋଳାଶଙ୍କର ।୪।


ବାବା ଭକ୍ତଙ୍କର ମନ ଆନନ୍ଦିତ

ଠାବେ ଠାବେ ଭକ୍ତ ଭିଡ,

ପୁରି ତରକାରୀ ଅରୁଆ ଅର୍ଣ୍ଣକୁ

ଚାଲେରେ ଗଞ୍ଜେଇ ମାଡ ।୫।


ପୂଜାପାଠ ସିନା ନିତି ଚାଲିଥାଏ

ଲିଙ୍ଗରେ ଢାଳି କ୍ଷୀର,

ପାଣି ଢଳାହୁଏ ଆସିଲେ କେବଳ

ଶ୍ରାବଣର ସୋମବାର ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍