STORYMIRROR

Dr. Shiba Prasad Tripathy

Others

5.0  

Dr. Shiba Prasad Tripathy

Others

ସହର ସାରା ଖରା

ସହର ସାରା ଖରା

1 min
14.2K


କେବେ ହୃଦେଇ ଯାଉଛି

ଛାତିଏ ଜ୍ବାଳା

ଶିଖାଏର ମହମ ଜଳୁଛି

ଏବେ ସହର ସାରା ଖରା ।।

ସମୁଦ୍ର ବି,

ଆଖି କୋଣର ଲୁହ ପିଇ ମାତାଲ

ଆକାଶିଆ ମେଘର ଘୁଂଗୁଡିରେ

ଝାଳର ଗଂଧରେ

ଚିତ୍ରେଇ ଯାଉଛି ମାଟିର ଜୀବନ

ମାଟିରେ ଫୁଟୁଛି

କିଏ ଏଇଠି ଯେ !

ନାହାନ୍ତି କେହି ଆଖେ ପାଖେ ଥୋକେ

କାରଣ ଏବେ -

ସହର ସାରା ଖରା ଆଉ ଖରା

ରାସ୍ତା ସାରା

ଢଳ ଢଳ ଅପହଞ୍ଚ ପଦ୍ମ

ଗୋଳା ବାରୁଦର ଗଂଧ

ଶୂନଶାନ ହେଇଯାଏ

କାଳ କାଳ ଚିରକାଳ

ଛାତିଏ ଜ୍ବାଳାରେ ।।

ଯବନିକାର ସମୟ ଆସୁଛି

ଅଶାନ୍ତ ଗ୍ରହରୁ ଏବେ

ସାରା ସହରର ଛାତିଏ ଜ୍ବାଳାରେ

ହୃଦେଇ ଜଳୁଛି ଜଳୁଛି

ଶିଖାଏର ମହମ ଜଳୁଛି

ଏବେ ସହର ସାରା ଖରା ।।

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ, ଉଦୟ ନଗର

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)


Rate this content
Log in