STORYMIRROR

Hemanta Patra

Others

3  

Hemanta Patra

Others

ଶୋଷ

ଶୋଷ

1 min
284

ରାତିକୁ ଶୋଷ ଜହ୍ନକୁ ଶୋଷ

ମୋତେ ବି ଶୋଷ ।

ରାତି ସିନା ସୋଇ ଯାଇଛି

ଜହ୍ନ ବିଛଣାରେ

ମୋ ଆଖିକୁ ନାହିଁ ନିଦ

ସୋଇ ଫୁଲର ଶେଜରେ ।

ମୁଁ ତ ଏକ ପ୍ରଶ୍ନବାଚି ଖୋଜୁଛି ନିଜକୁ

ନିଜ ଅଜାଣତରେ ।

ଫୁଲକୁ ଶୋଷ କଣ୍ଟାକୁ ଶୋଷ

ମେଘକୁ ଶୋଷ ମାଟିକୁ ଶୋଷ ।

ଫୁଲ ଦେଇଗଲା କଣ୍ଟାର ଆଘାତ

କାନ୍ଦୁଛି ମୁଁ ଆଖିରେ ନାହିଁ ଲୁହ

ଆଖିକୁ ବି ମୋର ଶୋଷ ।

ବୈଶାଖୀ ତାତି ଉଜାଡି ଦେଇଛି

ମୋ ଫୁଲ ଫଗୁଣର ହାଟ

ମୋ ହାତ ପାଆନ୍ତାରେ ମଦିରା ପିଆଲା

ତଥାପି ମରୁନି ଶୋଷ ।

ଦେହର ଶୋଷ ମନର ଶୋଷ

ପ୍ରେମର ଶୋଷ ପ୍ରିତିର ଶୋଷ

ବୟସର ଏହି ଅୟସର ନିଆଁ

ଜାଳୁଛି ମୋତେ

ତଥାପି ମରୁନି ଶୋଷ ।

ଦେହ ଦେଉଳର ଅଜଣା ବେଦୀରେ

ଦୀପାଳୀର ସଳିତାଟିଏ ହୋଇ

ଜଳି ଜଳି ହୋଇବି ପାଉଁଶ

ତଥାପି ମରିବନି ମୋର ଶୋଷ ।



Rate this content
Log in