Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅକ୍ଷୟ କୁମାର ବେହେରା

Children Stories

3  

ଅକ୍ଷୟ କୁମାର ବେହେରା

Children Stories

ଶିଶୁଟି ସୃଷ୍ଟିର ଉଷା

ଶିଶୁଟି ସୃଷ୍ଟିର ଉଷା

1 min
168



ଆଜିର ଶିଶୁଟି ହୋଇଥାଏ ଦିନେ

ସଂସାରର ଭବିଷ୍ୟତ,

ସରଳ ନିଷ୍ପାପ ମନଟିଏ ତା'ର

କରେ ସଦା ଆନନ୍ଦିତ ।


କପଟ ଛଳନା ଜଣା ନାହିଁ ତାକୁ

ନଥାଏ ବାଛ ବିଚାର,

ଟିକିଏ ସେନେହ ପାଇଲେ କାହାଠୁ

କରିନିଏ ଆପଣାର ।


ଯେତେ ଦୁଃଖେ ଥିଲେ ତା' ମୁଖ ଦର୍ଶନେ

ଫୁଟି ଉଠେ ଓଠେ ହସ,

ଶ୍ରମ ପୀଡ଼ା ଯେତେ ଦୂର ହୋଇ ଯାଏ

ଖୁସିର ହୁଏ ପ୍ରକାଶ ।


ପୁଅ ହେଉ ଅବା ଝିଅଟିଏ ସିଏ

ଦୁହେଁ ଅଟନ୍ତି ସମାନ,

ବଡ଼ ହୋଇ ଦିନେ ପରିବାର ସହ

ରଖିବେ ଦେଶର ମାନ ।


ପିତା ମାତା ସଙ୍ଗେ ଗୁରୁଜନ ମାନେ

କରିଥାନ୍ତି କେତେ ଆଶା,

ତେଣୁ ପ୍ରଭୁଙ୍କର ସକଳ ସୃଷ୍ଟିରେ

ଶିଶୁଟି ସୃଷ୍ଟିର ଉଷା ।




Rate this content
Log in