STORYMIRROR

Sunanda Mohanty

Children Stories Others

3  

Sunanda Mohanty

Children Stories Others

ଶିଶୁ

ଶିଶୁ

1 min
11.8K

କିବା ସିଏ ବୁଝିଛି 

ଦୁଃଖ ଅବା ସୁଖ 

ନିଷ୍ପାପ ସେ 

ହସ ଲୁହ ଭିତରେ 

ପେଟ ପୁରିଗଲେ ଗଲା 

ମାଆ ଟିଏ ଅଛି ଯଦି 

ଦୁନିଆଁରେ ସବୁ ତାଲା ଖୋଲା 

ସେଇ ନିରୀହ ଆଖିରେ 

ଅଶ୍ରୁ ନାହିଁ 

ସେଇ ନିର୍ଲିପ୍ତ ଓଠରେ 

ହସ ନାହିଁ 

ସେ ଖାଲି ମାଆକୁ ଡାକୁଛି 

ଉଠ ନା, ବୂଝ ମୋ କଥା 

ମୁଁ ତୋର ପୁତ୍ର ବା ଦୁହିତା 

ତୋର ପରା ସବୁବେଳେ 

ମୋ ପାଇଁ ଚିନ୍ତା 

ଉଠୁନୁ କାହିଁକି ମା 

ମୋ ପାଇଁ ତୁ ତ 

କେବେ ବି କରିପାରିବୁନି 

ନିଜକୁ ବି ହତ୍ୟା 

ତ, କିବା ତୋର ବ୍ୟଥା 

ଉଠ ନା ମାଆ, କହ ପଦେ କଥା 

ସେ କାଁହୁ ବୁଝିବ 

ଭିଟାମାଟି ମା'କୁ ଫେରି ପାଇବାକୁ 

ମାଆର ଜୀବନ ଟା କେଡେ ଶସ୍ତା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍