ଶିଶୁ ସୁରକ୍ଷା, ମାନବିକ ଅଧିକାର
ଶିଶୁ ସୁରକ୍ଷା, ମାନବିକ ଅଧିକାର
ନିଃଷ୍ପାପ ନିର୍ମଳ ହୃଦୟ ଅଟଇ ତ
ସବୁ ଶିଶୁଂକର
ସେ ନିରୀହ, ସରଳତା ଓ ବିଶ୍ୱାସର
ଗନ୍ତାଘର ।
ସେ ଚାହେଁ ହେବାକୁ ପଥିକ ସତ୍ୟ,
ଧର୍ମ, ଶାନ୍ତି ଓ ପ୍ରେମର
କେବେ ନୁହେଁ କେଉଁ ଯୁଗେ ଛୁଆଁ ଅଛୁଆଁ,
ଛୋଟ ବଡ ଭାବ ନାହିଁ ତାର ।
ସେ ଏକ ମୂର୍ତ୍ତି ଭୂଖଣ୍ଡରେ, ଚାହେଁ ସଦା
ଚିତ୍ର ଭଲ ପାଇବାର
ତାହାର ଅମ୍ବୃତମୟ ଭାବନାକୁ ଆଙ୍କିବାକୁ
ଶକତି ନାହିଁ ଶବ୍ଦର ।
ଶିଶୁ ଆଜି, ସିଏ କାଲିର ଭବିଷ୍ୟତ ତ,
ଆମ ଭାରତର
ନିତ୍ୟ ସତ୍ୟ କଥା, ଶିଶୁ ରୁଗ୍ଣ ହେଲେ
ନଷ୍ଟ ହୁଏତ ଦେଶର ।
ଅନାବିଳ ଶାନ୍ତି ଓ ପ୍ରେମର, ସେ ସର୍ବଦା
ନିଶ୍ଚିତ ହକଦାର
ସମ୍ବିଧାନେ ନେଇଛେ ଶପଥ, ତାହାର ତାହା
ମୌଳିକ ଅଧିକାର ।
ଶିଶୁ ପାଇଁ ବ୍ୟବସ୍ଥା କରିବା, ଉତ୍ତମ ଶିକ୍ଷା,
ଖାଦ୍ୟ ଓ ସ୍ୱାସ୍ଥ୍ୟର
ଖାଦ୍ୟର ଓ ସୁରକ୍ଷା ତାହାର ଅଟେ ପୃଥିବୀରେ
ମାନବିକ ଅଧିକାର ।
ଶିଶୁ ଚାହେଁନି ଭିକ୍ଷା ବୃତ୍ତି ଧନ୍ଦା, ଚାହେଁନି ଶ୍ରମ
କରିବାକୁ କଳ କାରଖାନାରେ
ଚାହେଁନି ସେ ଗୋତି ଖଟିବାକୁ ଅବା କଟାଇବ
ହୋଟେଲରେ ବାସନ ମାଜିବାରେ ।
ଶିଶୁ ମୁଖେ ହସ, ପୃଥିବୀର, ସବୁ ଦେଶ, ସମାଜ
ଓ ଜାତି ବିକାଶର ଧାରା
ଭବାର୍ଣ୍ଣବ ଜଳେ ଭାସୁଛନ୍ତି ବହୁ ଶିଶୁ, ଡାକୁଛନ୍ତି ମୋ
କଥା ଟିକିଏ ଭାବ, ହେ ମାନବ ପରା ।
ହେ ଶାସକଗୋଷ୍ଠୀ, କୁମ୍ଭୀର କାନ୍ଦଣା, ବୃଥା
ପ୍ରତିଶ୍ରୁତି କିଆଁ କର
ସେହି ନିଷ୍କପଟ ପ୍ରାଣ ଚାହେଁ ହୁଅ ଆଲୋକ
ବର୍ତ୍ତିକା ପ୍ରେରଣାର ।
ଡାକେ ହୋଇ ଅଧିରା, ବହୁ ଶିଶୁ ଖୋଜୁଛନ୍ତି
ହୃଦୟ ମଧ୍ୟରେ ପ୍ରେମ ଆମର
କେତେ ଶିଶୁ ହରାଉଛନ୍ତି ବାଲ୍ୟ ସୁଲଭତା, ତା
ଅଧିକାରରୁ ତାହାକୁ କିଆଁ ବଞ୍ଚିତ କର ।