ଶିଶିର ଅନଳ
ଶିଶିର ଅନଳ
ରଚନା : ଶ୍ରୀ ରାଜଶେଖର ସି 'ଚିମା'
ଆସିଲା ଶିଶିର ବେଳର ଶୀତ ପାଗ,
ଅନଳ ତାପ ରହିଲେ ଭଲ ଲାଗେ ଏହି ପାଗ |୧|
ଚାଲୁଅଛି ଥରଥର କମ୍ପିତ କରୁଥିବା ଶୀତଳ ପବନ,
ନିର୍ଭୟ ସହ ସମ୍ମୁଖୀନ ହୋଇ ଖୋଜିବାକୁ ହେବ ଉପଶମନ |୨|
ସକାଳ ସଞ୍ଜବେଳେ କେତେ ଯେ ଶୈତ୍ୟ,
ଲାଗେ ଯେ ଶୀତ ଋତୁ ର ଅନନ୍ତ ଆଧିପତ୍ୟ |୩|
ମାଁ ପୁଅ ନେଉଛନ୍ତି ଲଘୁ ନିଆଁ ର ମଜା,
ଆରାମ ପାଉଛନ୍ତି ନେଇ ଉଷୁମ ଅଗ୍ନି ର ମଜା |୪|
କେତେ ସୁନ୍ଦର ଯେ ପୁଅ ର ନିଷ୍କପଟ ମୃଦୁହାସ,
ମାତା ପାଇଁ ସଦା ମନୋରମ ମନୋହର ଏହି ସ୍ମିତହାସ |୫|
ଉଭୟ ଭୁଲି ସାରିଛନ୍ତି କିଛି ସମୟ ପାଇଁ ସବୁ କଷ୍ଟ,
ଉଭୟ ଜାଣିଛନ୍ତି ଯେ ଜୀବନ ରେ ସଦା ରହିବନି କଷ୍ଟ |୬|
ସାଙ୍ଗପରି କରୁଛନ୍ତି ଅବିସ୍ମରଣୀୟ ବାର୍ତ୍ତାଳାପ,
ହସି ଖୁସି ରେ ଅତିବାହିତ ହେଉଛି ମାଆ ପୁଅଙ୍କ ଆଳାପ |୭|
ଜାଗା ପ୍ରତି ନାହିଁ କୌଣସି ଚିନ୍ତା,
ଜନନୀ ପାଖେରେ ସର୍ବଦା ଥାଏ ଅନୁରାଗ ର ଅନୁପମ ଅନୁଚିନ୍ତା |୮|
ଏଇଠି କେବଳ ଦିଶୁଛି ମାଙ୍କ ମମତା,
କୋମଳ ଅଗ୍ନି ର ତାପ ଯେମିତି ହୋଇଛି ଏହି ମମତା |୯|
