STORYMIRROR

Dr Santosh Kumar Panda

Others Children

3  

Dr Santosh Kumar Panda

Others Children

ଶିକ୍ଷକ

ଶିକ୍ଷକ

1 min
155


ଛାତ୍ରଙ୍କ ଚକ୍ଷୁରେ ଦେଖେ

ସମାଜ ପରିବର୍ତ୍ତନର ନକ୍ସା,

ପୃଥିବୀ ବଦଳାଇବାର ରଙ୍ଗୀନ ସ୍ଵପ୍ନ

ଆଉ ମହାକାଶରେ ମନୁଷ୍ୟର ବସା।୦।


ଶିଶୁଙ୍କ ମୁଖରେ ଭରେ

ହୃଦୟ ଖୋଲା ଖିଲି ଖିଲି ହସ,

ଦରୋଟି ଭାଷାର ସ୍ଵର

ମାତୃଭୂମି ଜୟଗାନର ରସ।୧।


ହୃଦୟରେ ସେ ଲଗାଏ ବହ୍ନି

ଦେଶପ୍ରୀତି, ମାତୃ ପିତୃ ଭକ୍ତିର,

ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ

ତଥା ବିଶ୍ଵ ଭ୍ରାତୁତ୍ଵ ଓ ଶାନ୍ତିର।୨।


ଶିକ୍ଷକ ସେ ନା କେବଳ ଛାତ୍ରର

ସେତ ପୂଜ୍ୟ ଏହି ସମାଜର,

ରାଷ୍ଟ୍ର ଉତ୍ଥାନର ମେରୁଦଣ୍ଡ

ପୁରୋଧା ସେ ଜଗତକଲ୍ୟାଣର।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍