STORYMIRROR

Santosh Pattnayak

Others

2  

Santosh Pattnayak

Others

ଶୀତଟା ଆମରି ମିତ

ଶୀତଟା ଆମରି ମିତ

1 min
317


ସୁପ୍ରଭାତ୍ ସହ .....

ଦିନମଣୀ ତେଜ ହ୍ରାସରେ ମରତେ

ଯେବେ ଶୀତ ପ୍ରବେଶିଲା

ମନ ଉନ୍ମାଦିତ ଦେହ ହନ୍ତସନ୍ତ

ଜୀବେ ହୋଇଲେ ଘାଇଲା...


ଭୋଗୀ ମଣିଷଏ ଭୋଗ ବିଳାସରେ

ଶୀତବସ୍ତ୍ର ଆଦରିଲା

ଦୁଃଖୀ ମଣିଷଟା ମନସ୍ତାପେ ଯାହା

କରମଟାକୁ ନିନ୍ଦିଲା....


ସୀମାରେ ସୈନିକ ହିମପାତ ସାଥେ

ସଂଘର୍ଷଟା ସାର ହେଲା

ଶୀତର ପ୍ରକୋପେ ବୃକ୍ଷରାଜି ନିଜ

ପତରକୁ ପରକଲା....


ଏତେ ଦୁଃଖ ପରେ ହସୁଛି କୃଷକ

ଆନନ୍ଦରେ ଗୀତ ଗାଇ

ସ୍ବଂୟ ମାଆଲକ୍ଷ୍ମୀ ବିରାଜି ଅଛନ୍ତି

ପରିଶ୍ରମ ଫଳ ଦେଇ....


ଏଥିପାଇଁ ବୋଧେ କବିଏ କହନ୍ତି

ଶୀତଟା ଆମରି ମିତ

ଦୁଃଖ ସୁଖ ଅଟେ ବିଧିର ବିଧାନ

ରହିଛିତ ରହିଥିବ....


✍ ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍