STORYMIRROR

Jayashree Maharana

Others

3  

Jayashree Maharana

Others

ଶୀତରାଣୀ

ଶୀତରାଣୀ

1 min
121

ହସୁଅଛି ଶୀତରାଣୀ ଧରିତ୍ରୀର କୋଳରେ

ଭରିଅଛି ଦେହସାରା ହଳଦିଆ ରଙ୍ଗରେ

ଧାନଶସ୍ୟ ଦୋଳିଖେଳେ ପବନର ସ୍ପର୍ଶରେ

ନୂଆ ସ୍ୱପ୍ନ ବାନ୍ଧିଅଛି କୃଷକର ଆଖିରେ ।


ଗେଣ୍ଡୁଫୁଲ ନାଚୁଅଛି ପ୍ରତି ଘର ବାଡ଼ିରେ

ଚତୁର୍ଦ୍ଦିଗ ଅବରୁଦ୍ଧ କୁହୁଡ଼ିର ଘେରରେ

ଶିଶିରର ଆସ୍ତରଣ ଶ୍ୟାମ ଦୁର୍ବାଦଳରେ

ରୌପ୍ୟକାନ୍ତି ଦିଶୁଥାଏ ସୂର୍ଯ୍ୟଙ୍କର ରଶ୍ମିରେ ।


ବସୁନ୍ଧରା ଭରପୂର ନାନା ଫୁଲ ଫଳରେ

ଝୋଟିଚିତା ଝଲସୁଛି ପ୍ରତି ଘର ଦ୍ୱାରରେ

ସହରରୁ ଗାଆଁ ଯାଏଁ ସଭିଙ୍କର ମନରେ

ଆନନ୍ଦରେ ମଜ୍ଜିଛନ୍ତି ଲକ୍ଷ୍ମୀମାଆ ପୂଜାରେ ।


କୋଳାହଳ ଶୁଭୁଅଛି ବଣଭୋଜି ସ୍ଥାନରେ

କେତେସ୍ମୃତି ମନେ ଭରେ ଏଇ ଶୀତ କାଳରେ ।


Rate this content
Log in