ଶୀତରାଣୀ
ଶୀତରାଣୀ
1 min
369
ହସୁଅଛି ଶୀତରାଣୀ ଧରିତ୍ରୀର କୋଳରେ
ଭରିଅଛି ଦେହସାରା ହଳଦିଆ ରଙ୍ଗରେ
ଧାନଶସ୍ୟ ଦୋଳିଖେଳେ ପବନର ସ୍ପର୍ଶରେ
ନୂଆ ସ୍ୱପ୍ନ ବାନ୍ଧିଅଛି କୃଷକର ଆଖିରେ ।
ଗେଣ୍ଡୁଫୁଲ ଫୁଟିଅଛି ପ୍ରତି ଘର ବାଡ଼ିରେ
ଚତୁର୍ଦ୍ଦିଗ ଅବରୁଦ୍ଧ କୁହୁଡ଼ିର ଘେରରେ
ଶିଶିରର ଆସ୍ତରଣ ଶ୍ୟାମ ଦୁର୍ବାଦଳରେ
ରୌପ୍ୟକାନ୍ତି ଦିଶୁଥାଏ ସୂର୍ଯ୍ୟଙ୍କର ରଶ୍ମିରେ ।
ବସୁନ୍ଧରା ଭରପୂର ନାନା ଫୁଲ ଫଳରେ
ଝୋଟିଚିତା ଝଲସୁଛି ପ୍ରତି ଘର ଦ୍ୱାରରେ
ସହରରୁ ଗାଆଁ ଯାଏଁ ସଭିଙ୍କର ମନରେ
ଆନନ୍ଦର ଭାବାବେଗ ଲକ୍ଷ୍ମୀମାଆ ପୂଜାରେ ।
କୋଳାହଳ ଶୁଭୁଅଛି ବଣଭୋଜି ସ୍ଥାନରେ
କେତେସ୍ମୃତି ମନେ ଭରେ ଏଇ ଶୀତ କାଳରେ ।
