STORYMIRROR

Sukanti Hotta

Others

2.5  

Sukanti Hotta

Others

ଶୀତ

ଶୀତ

1 min
633


ଋତୁଚକ୍ରର କ୍ରମବିବତ୍ରନେ


ଆସି ପହଁଚିଲା ଶୀତ


କି ସୁନ୍ଦର ଦିଶେ ଶିଶିର ବିନ୍ଦୁ


ଫୁଲର ଯୌବନ ବେଶ l



ଚତୁର୍ଦିଗ ଦିଶେ ରଙ୍ଗ ବେରଙ୍ଗ


ବୃକ୍ଷଲତା ହସୁଥାନ୍ତି


ଧାନ ସୋରିଷର କ୍ଷେତ ପାଖରେ


ଚାଷୀ ଆନନ୍ଦେ ନାଚନ୍ତି l



ଘନ କୁହୁଡିରେ ରାସ୍ତା ଦିଶେନି


ଯାତ୍ରୀ ଭୋଗନ୍ତି ଦୁର୍ଦଶା


ଗରିବ ଭିକାରୀ ଦୁଃଖ ପାଆନ୍ତି


ନାହିଁ ଯାହାର ବସା l


ଅଳସୁଆ ମାନେ ଚାଦର ଘୋଡେଇ


ଆନନ୍ଦରେ ଶୋଇଥାନ୍ତି


ବୁଢାବୁଢ଼ୀ ମାନେ ଶୀତ କଷ୍ଟରେ


ଥୁରୁଥୁରୁ କମ୍ପୁଥାନ୍ତି l



ଶୀତ ଦିନରେ ପରିବାପତର


ଆନନ୍ଦରେ ଖାଉଥାନ୍ତି


ଭୋଜିଭାତ କରି ଉତ୍ସବ ମନେଇ


ନାଚ ଗୀତ କରୁଥାନ୍ତି l



ଶୀତ ଅନୁଭୂତି ସମସ୍ତଙ୍କ ପାଇଁ


ଅଟେ ପରା ଭିନ୍ନଭିନ୍ନ


କିଏ ଆନନ୍ଦେ କିଏ ଦୁଃଖରେ


କାଟନ୍ତି ନିଜ ଜୀବନ l


ସୁକାନ୍ତି ହୋତା

ତାଳଚେର


Rate this content
Log in