STORYMIRROR

Santosh Pattnayak

Others

3  

Santosh Pattnayak

Others

ଶୀତ

ଶୀତ

1 min
254

ଶୀତ ଆସିଛି କାର୍ତ୍ତିକ ନେଇ 

ରାଈ-ଦାମୋଦର ଭକତି ଛାଇ 

ହବିଷ ପାଳନେ ଉତ୍କଳୀ ଅଧିର

ବୋଇତ ବଣିଜ ସ୍ମୃତିକୁ ଧ୍ୟାଇ 


ଧରମ ମାସରେ ଆସିଛି ଶୀତ 

ମନ ଖୋଜୁ ଅଛି ସାଥିର ହାତ 

ଆମିଷ ଛାଡ଼ିକି କଲି ଧରମ 

ଛାଡ଼ଖାଇ ପାଇଁ ଅଧିର ମନ 


କାକର ସାଙ୍ଗରେ ଆସିଛି ଶୀତ 

ହୀରକ ପ୍ରାୟକେ ଦିସଇ ଘାସ 

ବୃକ୍ଷରାଜି ପର କଲେ ପତର 

ଶୀତଳ ସମୀରେ ମନ ଅଧିର 


ଶୀତ ଆଣିଛି ଚାଷୀର ହସ 

କ୍ଷେତରେ ଭରିଛି ସକଳ ସୁଖ 

ଲକ୍ଷ୍ମୀ ଆଗମନେ ହରଷ ଉତ୍କଳୀ 

ସମର୍ପିତ ମନ ଦେବ ସେ' ଢାଳି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍