STORYMIRROR

kahnu charan sahu

Others

3  

kahnu charan sahu

Others

ଶୀତ

ଶୀତ

1 min
155

ଶୀତ କେବେ 

ଅଳସୀ ନଈ

ଶୀତୁଆ ଶିହରଣେ

ମନକୁ ଦିଏ ଭିଜେଇ ।


ଶୀତ କେବେ 

ଷୋହଳ ବୟସୀର

ମହକିତ ଯୌବନ

ଶୀତଳ ସମୀରେ

ସ୍ୱର୍ଣ୍ଣମହଲରେ

ନୃତ୍ୟରଙ୍ଗା ଧାନ ।


ଶୀତ କେବେ

ପ୍ରେୟସୀର ଶୀତଳ ଛୁଆଁ

ଥରୁଆ ଦେହରେ

ଖେଳୁଥିବା ପ୍ରୀତିର ନିଆଁ ।


ଶୀତ କେବେ

ଶୀତୁଆ ସକାଳେ

ମୁକ୍ତାର ସହର

କିଟ କିଟ ଅନ୍ଧାରେ

ଫିକା ଜହ୍ନ ରାତିରେ

ଉଷୁମ ତାତି

ଦୁଇ ଶୀତଳ ଛାତିର ।।



Rate this content
Log in