STORYMIRROR

Sunanda Mohanty

Children Stories Inspirational Children

4  

Sunanda Mohanty

Children Stories Inspirational Children

ଶୀତ

ଶୀତ

1 min
209

ଦେଖିଲା ମୁନା ଆମ ସାହିର 

ଜାଗ୍ରତ ପ୍ରହରୀ କୁକୁରସବୁ 

ଶୀତରେ ଥରି ଉଷୁମ ପାଇଁ 

ଲିଭା ନିଆଁ ପାଉଁସକୁ କରି କାବୁ 

ଶୋଇଥିଲେ ପଡି ଛାଡି ଘୁଙ୍ଗୁଡ଼ି 

ମୁନା ମାରିଲା କୁହାଟ 

ଆସରେ ଆସ ଏଇଠି ବସ 

ଖାଇବ ଯଦି ଚୁଙ୍ଗୁଡ଼ି 

ଶୀତରେ ବାଡ଼ି ବଗିଚା ସାରା ଗେଣ୍ଡୁ ଫୁଲ 

ଫୁଲରେ ଲଷ୍ମୀ ଦିଶନ୍ତି ଶୋଭା ପଦ୍ମ ଭଲ 

ଶୀତରେ ନଈ ବସିରହେନା 

ଯାଉଥାଏ ବହି 

ଚଢେଇ ଉଡି ଡେଣାତା ଝାଡ଼ି 

ଘାସଫୁଳରୁ କାଠି ଆଣି 

ବସାଟା ଯାଏ ବୁଣି 

ଚାଷୀ ଭାଇଟା ଲଙ୍ଗଳ ମୁନେ 

କର୍ଷଣ କରେ ଧାନ ବିହନେ 

ଶୀତକୁ ଡର ନାହିଁ 

ଜେଜେମା ହାତୁ ଗରମ ଚା ଟା ନେଇ 

ଜେଜେ ପଢ଼ନ୍ତି ସମାଜ ଓ କେତେ ବହି 

ବାପା କହନ୍ତି ଶୀତକୁ ଡରି 

ଅଳସୁଆ ଦୁଃଖ ପାଏ ଭାଗ୍ୟ ଆଦରି 

ମୁନା କରେନା ହେଳା 

ହେଳା କଲେ ବୁଡିବ ଭେଳା 

ଶୁଣିବେ ନାହିଁ ଗୁହାରି ହରି ସେ ଚକାଡୋଳା 

ଶୀତ ନଡରି ମୁନା ହାତକୁ ଧରି 

ମାଆ ପଢ଼ାନ୍ତି ପାଠ 

କହି ପାଠ ପଢିଲେ ହେବୁ ତୁ ସୁନାଚାଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍