STORYMIRROR

Debabrata Jena

Others

3  

Debabrata Jena

Others

ଶୀତ

ଶୀତ

1 min
97


ନିଦାଘେ ମଳୟ ଜାଡ଼ରେ ଉଷ୍ମତା

ସଭିଙ୍କର ଆଗ ଲୋଡ଼ା

ମହାବଳ ବାଘ ସମ ଏ ଶୀତଟା

ଦେଇଛି ଘର ବାହୁଡା ।।


ଶିଥିଳ ଶରୀର ଲୋଡ଼େ ନିଆଁ ପୁଆ

ଉଷ୍ମତା ପାଇଁ ମନରେ

ପୁତ୍ର ମାତା ବସି ଉପଭୋଗେ ଆଜି

ଡେଇଁ ଶୂନ୍ୟତା ନିଶିରେ ।।


କାଳ ରାତ୍ରି ପରି ଆସୁଛି ଶୀତଟା

ଫି ଦିନ ଏଇ ବେଳେ

ମୁରବି ବିହୀନ ଦଦରା କୁଟୀରେ

ବୁଝିବାକୁ କିବା ହେଳେ ?

ଜୀବନ ନାଆରେ ଏକା ସାହା ବାବୁ

ଆମ ପାଇଁ ଜଗନ୍ନାଥ

ହଟିବ ତିମିର,ହାଡ଼ଭଙ୍ଗା ଜାଡ଼

ସବୁରି ବିଭୁ ହିଁ ଉତ୍ସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍