ଶୀତ
ଶୀତ
1 min
372
ଦିନମଣୀ ତେଜ ହ୍ରାସରେ ମରତେ
ଯେବେ ଶୀତ ପ୍ରବେଶିଲା
ମନ ଉନ୍ମାଦିତ ଦେହ ହନ୍ତସନ୍ତ
ଜୀବେ ହୋଇଲେ ଘାଇଲା...।
ଭୋଗୀ ମଣିଷଏ ଭୋଗ ବିଳାସରେ
ଶୀତବସ୍ତ୍ର ଆଦରିଲା
ଦୁଃଖୀ ମଣିଷଟା ମନସ୍ତାପେ ଯାହା
କରମଟାକୁ ନିନ୍ଦିଲା....।
ସୀମାରେ ସୈନିକ ହିମପାତ ସାଥେ
ସଂଘର୍ଷଟା ସାର ହେଲା
ଶୀତର ପ୍ରକୋପେ ବୃକ୍ଷରାଜି ନିଜ
ପତରକୁ ପରକଲା....।
ଏତେ ଦୁଃଖ ପରେ ହସୁଛି କୃଷକ
ଆନନ୍ଦରେ ଗୀତ ଗାଇ
ସ୍ବଂୟ ମାଆଲକ୍ଷ୍ମୀ ବିରାଜି ଅଛନ୍ତି
ପରିଶ୍ରମ ଫଳ ଦେଇ....।
ଏଥିପାଇଁ ବୋଧେ କବିଏ କହନ୍ତି
ଶୀତଟା ଆମରି ମିତ
ଦୁଃଖ ସୁଖ ଅଟେ ବିଧିର ବିଧାନ
ରହିଛିତ ରହିଥିବ....।।
