ଶୀତ
ଶୀତ
1 min
252
ଗରମ ସାଙ୍ଗରେ ହୁଏନି ଶୀତ
ଧରମ ସାଙ୍ଗରେ ରହେନି ବିତ୍ତ
ହିଂସାରେ ହୁଏନି କାହାରି ହିତ
ସ୍ବାର୍ଥ ଥିଲେ ଗଣା ହୁଏନି ମିତ ।।
ଶୀତର ଥଣ୍ଡାରେ ଥରଇ ହାତ
ଆଦର ହୁଅଇ ଲୋମ ପୋଷାକ
ସୋରିଷ ଫୁଲରେ ସୁନ୍ଦର ଖେତ
କାକର ଟୋପାରେ ଝଲସେ ଘାସ ।।
ପ୍ରକୃତି ରାଣୀର ଶୋଭା ଅପୂର୍ବ
ହବିଷ ବ୍ରତରେ ଉତ୍କଳୀ ତୋଷ
ଲକ୍ଷ୍ମୀ ଆଗମନେ ହରଷ ଚାଷୀ
ଶୀତବି ଦିଅଇ ଅନେକ ଖୁସି ।।
