STORYMIRROR

Gouri Panda

Others

3  

Gouri Panda

Others

ଶୀତ ସକାଳ

ଶୀତ ସକାଳ

1 min
218


ଶୀତ ସକାଳର କଅଁଳ ଖରା

ଲାଗେ ଭାରି ଭଲ ଉଷୁମ ଭରା। 

ଶୀତୁଆ ସକାଳ କାକର ଧରା

ମୁକ୍ତା ବିନ୍ଦୁ ପ୍ରାୟ ଦାଶଇ ପରା। 

ଶୀତୁଆ, ଶୀତୁଆ ସକାଳ ବୁଲା

ଦେହ ପାଇଁ ଭଲ ଜାଣିଲେ ହେଲା। 

ଶୀତୁଆ ସକାଳେ ଗରମ ଚାହା

ପିଇଦେଲେ ମନ କରଇ ଆହା।

ଶୀତୁଆ ସକାଳେ ପାହାନ୍ତି ସ୍ନାନ 

କଷ୍ଟ ଲାଗେ ହୁଏ ,ସୁନ୍ଦର ମନ। 

ଶୀତ ଋତୁ ଆଣେ ପର୍ବପର୍ବାଣୀ 

ପୂଜା କରିଥାନ୍ତି ଠାକୁର ଜାଣି। 

ତାଷୀ ପାଇଁ ଆଣେ ଖୁସି ଏ ଋତୁ 

ତାଷୀ ଭଲପାଏ ଅମଳ ହେତୁ। 

ଶୀତର ଜାଡରେ ଶୀତ ସକାଳ 

ବୁଢ଼ା, ବୁଢୀଙ୍କର ମୃତ୍ୟୁ ଅକାଳ। 

ହେଲେ ହେଉ ପଛେ ଶୀତର କଷ୍ଟ

ଆମ ପରିବେଶ ନ଼ ହେଉ ନଷ୍ଟ। 

ଆସୁ ଥାଉ ଶୀତ କାକର ନେଇ

ମଣିଷ ଜୀବନ ହସିବା ପାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍