STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଶୀତ ସକାଳ ଯେବେ ଆସେ

ଶୀତ ସକାଳ ଯେବେ ଆସେ

1 min
309

ଶୀତ ସକାଳ ଆସି ଆମ ଘର କବାଟ ବାଡେଇ ଦେଇ ଗଲାଣି

ଘର ସାରା କେଳି କୁସୁମର ବାସ୍ନାରେ ଭରିଗଲାଣି

ଶୀତ ସକାଳରେ ପ୍ରାତଃ ଭ୍ରମଣର ମଜା ନିଆରା

ରାସ୍ତା ସାରା କୁହୁଡ଼ିର ଚାଦର ଲାଗେ ଭାରି ସୁନ୍ଦର।

ଚାଲୁ ଚାଲୁ ଟିକେ ରହିଯାଇ ବାମ୍ଫ ପକା ଗରମ କଡା ଚା ପିଇବାର ମଜ୍ଜା ଜଣେ ଅନୁଭବୀ ଜାଣିପାରିବ।

ଏମିତି ଶୀତୁଆ ସକାଳେ ମନ ହୁଏ

ତୁମେ ଓ ମୁଁ ବୁଲୁଥାନ୍ତୁ

ଅନେକ ଅନେକ ଯୋଜନ

ଯେଉଁଠି ଖାଲି ପ୍ରକୃତି ନିଜ ରୂପ ପସରା ଖୋଲିଥିବ

ତୁମେ ହସିଲେ ତପନ ବି ଧାରେ ହସି ଦେଉଥିବ

ତୁମେ ଗରମ ଗରମ ସୁପ ବାଢ଼ି ଦେଉଥିବ

ମୋ ଆଖିର ଚମକ ଦେଖି ବି ତୁମେ ବାଢୁଥିବ

ଦାନ୍ତ ଚିପି ଚିପି

ଶୀତ ଆସିଲେ ଆମ ସମ୍ପର୍କ ବି ତାଜା ହେଇଯାଏ

ଠିକ ଆଗ ପରି।

ତୁମ କୋବି ପକୁଡି

ମୋ ପୋଦିନା ଚଟଣି

ଏ ସବୁ ଆମ ଭିତର ସ୍ୱାଦ ଭରେ ।

ଜୀବନ ନୂଆ ପରି ଲାଗେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍