Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Children Stories

3  

PUSPALATA SAHOO

Children Stories

ଶୀତ ରାତି

ଶୀତ ରାତି

1 min
177


ମାଘ ମାସ ରାତି ବାଘୁଆ ଶୀତ 

ପାଣି ଦେଖି ମୋତେ ମାରୁଛି ନାତ  ।


ହାତ ମାରିବାକୁ ନ ହୁଏ ମୋର 

ତାକୁ ଦେଖି ମୋତେ ହୁଏରେ ଜର ।


ବିଛଣା ଡାକୁଛି ହାତକୁ ଠାରି

ଖଟ ପଲଙ୍କକୁ ଆଦର ଭାରି ।


ରେଜେଇ କମ୍ବଳ ସଙ୍ଗାତ ମୋର 

ଧରି ଥାନ୍ତି ମୋତେ କରି ନିଜର ।


ରାତି ଆସେ କେତେ ସପନ ନେଇ 

ମନ ମୋର ହଜେ ତା ପାଶେ ଯାଇ ।


ଶୀତ ରାତି ପାଇଁ ମାଆ ପଣତ 

ଉଷୁମ ପରଶ ଦେହକୁ ହିତ ।


ଯେତେ ଯିଏ ଥାଉ ପାଖରେ ମୋର 

ମାଆ ନ ଥିଲେ ତ ସବୁ ଅସାର ।



Rate this content
Log in