ଶୀତ :ଏକ ଅନୁଭୂତି
ଶୀତ :ଏକ ଅନୁଭୂତି
1 min
334
ଶୀତ :ଏକ ଝାଉଁଳା ସ୍ବପ୍ନରେ
ଜୀବନର କ୍ଷୀଣ ମୋହ,
କେବେ ନିକାଞ୍ଚନେ ଏକ
ପକ୍ଷୀ ନୀଡ ତଳେ
ଭୋକିଲା ପେଟର କୋହ।
ଶୀତ :ଏକ ଉଜୁଡା ପ୍ରେମର
କରୁଣ ବିରହ ଗୀତି,
କେବେ କାହା ପାଇଁ ସାଜେ
ଆତ୍ମାର ଶେଷ
ଆକାଂକ୍ଷାର ପରିତୃପ୍ତି।
ଶୀତ:ଏକ ଦୁଃଖର ଅସରା
ମାୟାମୟୀ କାଳରାତ୍ରୀ,
କେବେ ଲୁଚି ଛପି ଭରେ
କୁଆଁରୀ ମନରେ
ସ୍ବପ୍ନ ବିଭୋର ତାତି।
ଶୀତ :ଏକ କଅଁଳ ଖରାର
କୁହୁକୀ ସକାଳ କାନ୍ତି,
କେବେ ପଞ୍ଜରା ସନ୍ଧିର
କଲିଜା କଂପନେ
ତିକ୍ତ ବ୍ଯକ୍ତ ଅନୁଭୂତି।
