STORYMIRROR

Premasila Raut

Others

3  

Premasila Raut

Others

ଶିବ ଶ୍ରାବଣ

ଶିବ ଶ୍ରାବଣ

1 min
11.5K

ଝିପିଝିପି ବରଷାରେ ଆସଇ ଶ୍ରାବଣ ଧରା ବକ୍ଷେ ଢାଳି ଦିଏ ଖୁସିର ଫଗୁଣ

ନାଚି ଯାଏ ଆନନ୍ଦରେ ସଭିଙ୍କର ମନ ଶାନ୍ତ ହୁଏ ପରିବେଶ ପୂର୍ଣ୍ଣ ହୁଏ ପ୍ରାଣ ।


ଶ୍ରାବଣର ଆଗମନେ ପୂଜା ଶିବଙ୍କର ଚଉଦିଗେ ଶୁଭୁଥାଏ ଶିବ ଜୟକାର

ଭକ୍ତମେଳେ ହୋଇଉଠେ ଉତ୍ସବ ମୁଖର ପୂଜି ଥାଏ ସଦା ମନ ଶିବଙ୍କ ପୟର ।


କାଉଁରିଆ କାନ୍ଧେ ସତେ ବୋହି ପାଣିଭାର ଚାଲେ ଶିବ ନାମ ଗାଇ ଭାରି ଆଗତୁର

ସାଙ୍ଗେ ଧରି ଯାଏ ସେ ଫୁଲ ବେଲପତର ଖରା ବରଷାକୁ ମୋଟେ ନକରି ଖାତିର। ।


ଉପବାସ କରି ଯାଏ ଆନନ୍ଦେ ମନ୍ଦିର ପୂଜାର୍ଚ୍ଚନା କରେ ସତେ ପ୍ରଭୁ ଭୋଲାଙ୍କର

ମନଲାଖି ପୂଜାକରି ମାଗିଥାଏ ବର ମଙ୍ଗଳ କାମନା ପାଇଁ ଯୋଡେ ବେନି କର ।


Rate this content
Log in