STORYMIRROR

Raja Sekhar CH V

Others

3  

Raja Sekhar CH V

Others

ଶିବ କେଶବ

ଶିବ କେଶବ

1 min
326

ଧନୁଷକୁ କେବେ ଫେରେନି ଛାଡିଥିବା ଶର,

ସେବାରୁ ପ୍ରସନ୍ନ ହୋଇ ଯୋଗୀ ଦିଅନ୍ତି ବର,

ନିମିତ୍ତ ସୀମିତକାଳୀନ ଶରୀର ସଦା ହିଁ ନଶ୍ୱର,

ସ୍ମୃତିରେ ସର୍ବଦା ରୁହନ୍ତୁ ସର୍ବେଶ୍ୱର ତ୍ରିଭୁବନେଶ୍ୱର |୧|

ସୁଖ-ଦୁଃଖ ହାନି-ଲାଭ ମଧ୍ୟେ ରଖିବାର ନାହିଁ ଅନ୍ତର,

ସମୟ ସମୟରେ ଉଭୟ ଆସିବେ ଯିବେ ନିରନ୍ତର,

ସୀମାନ୍ତରକ୍ଷୀ ସୁବିଚାର ସୁଚିନ୍ତା ରେ ନ ରହୁ ମଧ୍ୟାନ୍ତର,

ଦିଗ୍ଦିନ୍ତର ପୀତାମ୍ବର ସଦା ଉପାସକଙ୍କ ହେତୁ ସମାନ୍ତର ।୨।

ଶିବ କେଶବଙ୍କ ଉପାସନାରେ ନାହିଁ କୌଣସି ପାର୍ଥକ୍ୟ,

ଦେବାତିଦେବ ମହାଦେବଙ୍କ ଭକ୍ତିରେ ସଦା ଅଛି ସ୍ୱାତନ୍ତ୍ର୍ୟ,

କାର୍ତ୍ତିକ ମାସ ରେ ଉଭୟଙ୍କ ଆରାଧନା ରେ ଅଛି ପ୍ରାଧାନ୍ୟ,

ଅନନ୍ତ ବାସୁଦେବ ଲିଙ୍ଗରାଜପ୍ରଭୁ ବଢ଼େଇଛନ୍ତି ଏକାମ୍ରକ୍ଷେତ୍ର ପ୍ରାଶସ୍ତ୍ୟ |୩|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍