STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଶବ୍ଦ

ଶବ୍ଦ

1 min
1.0K




ଆ, ଶବ୍ଦରେ ଖେଳିବା।

ମୁଁ କହିବି ଆ, ଆଉ ତୁ କହିବୁ ଥା।

ମୁଁ କହିବି ବାସ, ଆଉ ତୁ କହିବୁ ବସ।

ମୁଁ ବାଢିବି ସ୍ବର ଆଉ ତୁ ଦେବୁ ବ୍ୟଞ୍ଜନ।

ଘାଇଲା ଶବ୍ଦ ଚକ୍ଷୁରେ ତୁ ଦେବୁ ଅଞ୍ଜନ ।

ମୁଁ କହିବି ବ୍ରହ୍ମ ଆଉ ତୁ ଦେଖାଉ ଭ୍ରମ।

ତୋରି ରାସ୍ତା ସମ ଆଉ ମୋ ରାସ୍ତା ବିଷମ।

ଶବ୍ଦର ସହରେ ଯେବେ ଲାଗିଯାଏ ନିଆଁ

ଦୃଶ୍ୟ ବା ଅଦୃଶ୍ୟ କିନ୍ତୁ ଲାଗିଥାଏ ଚିଆଁ।

ଶବ୍ଦ ଯେବେ ଯେବେ ହୁଏ କଠିନ ବରଫ

ମୋ ଠିକଣା ହୋଇଯାଏ ତୋହର ଓରଫ।

ମୋ ଓଠ ପରଶେ ତତେ ଗୋଟିଏ ଚୁମ୍ବନ

ତୋ କାଉଁରୀ ଶବ୍ଦ ଛୁଆଁ,ମୋ ହୃଦୟ ସ୍ତମ୍ଭନ ।

ଶବ୍ଦ ଜାଲୁ ଫିଟିବାକୁ ନାହିଁ ଆଉ ବାଟ।

ଚାଲ, ଶବ୍ଦ ଶବ୍ଦରେ ହେଉ ଭେଟଘାଟ।


© ସୁଧିର କୁମାର ପଣ୍ଡା, ବ୍ରହ୍ମପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda