STORYMIRROR

Kalyani Hota

Others

3  

Kalyani Hota

Others

ଶାଶ୍ଵତ ପ୍ରେମ

ଶାଶ୍ଵତ ପ୍ରେମ

1 min
87

    

ପ୍ରେମ ଅଟେ ଚିର ଶାଶ୍ଵତ

ପବିତ୍ର ଆଉ ଈଶ୍ଵର ଦତ୍ତ

ଏ ଅଟେ ସ୍ଵତଃ ପ୍ରବୃତ୍ତ

ମଧୁର ଏବଂ ଅନ୍ତଃର୍ନିସୃତ

ଆଜିର ଯୁବ ଶକତି

ପ୍ରେମର ସଂଜ୍ଞା ନ ବୁଝନ୍ତି

ପ୍ରେମ ଏକ ପବିତ୍ର ଭାବ

କାହା ସହ ବି ହେଇପାରିବ

ପ୍ରକୃତି ସହ ମଣିଷର ପ୍ରେମ

ପଶୁପକ୍ଷୀ ,କାଳ ପାତ୍ର ଓ ସ୍ଥାନ

ସାଙ୍ଗସାଥି , ମାଆ ବାପା ସହ ମିଶିଲେ ମନ

ହୃଦୟେ ଜାଗି ଉଠେ ଅମୃତ ପ୍ରେମ

ପ୍ରେମ ସୀମିତ ନୁହେଁ

ସ୍ତ୍ରୀ ପୁରୁଷ ଆଉ ଯୁବ ଯୁବତୀ ମଧ୍ୟେ

ସେ ସର୍ବବ୍ୟାପୀ ଆଉ ଶାଶ୍ଵତ

ଶାଶ୍ଵତ ପ୍ରେମ ଦୈହିକ ନୁହେଁ

ସେ ଆତ୍ମିକ ଆଉ ନିଃସ୍ଵାର୍ଥି

ଯେପରି ରାଧାକୃଷ୍ଣଙ୍କ

ବିରଳ ପବିତ୍ର ପ୍ରେମ

ପାରସ୍ପରିକ ଭାବେ ପୂର୍ଣ୍ଣ ସମର୍ପଣ

ଭାବ ସହ ଭାବର ବନ୍ଧନ

ସମ୍ପୂର୍ଣ୍ଣ ଶାରୀରିକ ରହିତ

ଶାଶ୍ଵତ ପ୍ରେମ କେବେ ଦେଖେନି

ବୟସ,ବଳ,ବିଭବ,ସୁନ୍ଦର,ଯୈାବନ

ସେ ଖୋଜେ କେବଳ ସାତ୍ତ୍ୱିକ ଭାବ

ଆଉ ପ୍ରେମ ବଦଳରେ କିଛି ଆତ୍ମଶାନ୍ତି

ଚାହେଁନି ସେ ଶରୀରର ତୃଷ୍ଣା ତୃପ୍ତି

ନ ଥାଏ ତାଠାରେ ଅନ୍ୟ କିଛି ଜିଜ୍ଞାସା

କେବଳ ଦେବାର ଅଭିପ୍ସା ଓ ଆନନ୍ଦ

କାହିଁ କେଉଁଠି ଆଉ ତିଷ୍ଠିଛି

ନିଃସ୍ୱାର୍ଥ ଶୁଦ୍ଧ ପ୍ରେମ

ଆଧୁନିକ ଯୁଗର ଡିଜିଟାଲ୍ ପ୍ରେମ

କାୟା ବିସ୍ତାରିଛି ଜାଣ

ନଗ୍ନ ପୋଷାକ ସାଜଶୃଙ୍ଗାର

କଳଙ୍କିତ କଲା ପ୍ରେମ ସମ୍ଭାର

ସତରେ ଆଉ କ'ଣ ଫେରିବ ?

ସେହି ମହନୀୟ "ଶାଶ୍ଵତ ପ୍ରେମ"।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍