STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ଶାନ୍ତି କପୋତ

ଶାନ୍ତି କପୋତ

1 min
11.9K

ଶାନ୍ତିର କପୋତ ଉଡାଇ ବିଶ୍ୱେ

ଦେଇଥିଲା ଦିନେ ଅନନ୍ୟ ବାର୍ତ୍ତା

ସେଇ ମୋ ଦେଶ ପବିତ୍ର ଭାରତ

ବିବିଧତା ମଧ୍ୟେ ଆଣେ ଏକତା


ବିଶ୍ୱ କୁ ଏକ ପରିବାର ବୋଲି

ସଙ୍କଳ୍ପ କରେ ନିଜ ଜାତି ସ୍ମରୀ।

ପୃଥିବୀ ମାତା ଜ୍ଞାନ କରି ପାରେ

ବସୁଧୈବକୁଟୁମ୍ବକମ୍ ଅନୁସରେ 


 ଭାରତ ଯୋଦ୍ଧା ଦେଇଥାଏ ପ୍ରାଣ

ଢ଼ାଳି ଦିଏ ରକ୍ତଦେଶ ହିତେ ଜାଣ

ତାର ଜନ୍ମଦାତ୍ରୀ ଲୁହ ଦିଏ ପିଇ

ସହୀଦପୁତ୍ର କୁ ସ୍ୱାଗତ କରଇ।


ଚାହେଁ ନାହିଁ ଯୁଦ୍ଧ, ଚାହେଁନା ହିଂସା

ଚାହଁ ଶାନ୍ତି ପ୍ରୀତି ନ କରି ଅହିଂସା 

ରାମ କୃଷ୍ଣ ବୁଦ୍ଧ, ବିବେକାନନ୍ଦ 

ଧର୍ମଜ୍ଞାନ ଦେଲେ ନଥିଲା ଦ୍ଵନ୍ଦ।


ସାରାପୃଥିବୀରେ ନୂତନ କ୍ରାନ୍ତି

ଶାନ୍ତି ସଂହତି ସୌହାର୍ଦ୍ଦ୍ୟ ପ୍ରଗତୀ

ଆର୍ଯ୍ୟାବର୍ତ୍ତ ଯେ ପାଇବ ସ୍ବୀକୃତି

ସଗର୍ବେ ରଚିବ ନୂତନ କୀରତୀ।


      


రచనకు రేటింగ్ ఇవ్వండి
లాగిన్