STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ଶାନ୍ତି ଦୂତ

ଶାନ୍ତି ଦୂତ

1 min
135


କାହିଁକି ଧଉଳି ବସିଛୁ ମଉନେ ! (ଘୋ)

 ଶାନ୍ତିର ବାର୍ତ୍ତା ଦେଇଥିଲୁ ଦିନେ 

 ପଡୁନାହିଁ କିରେ ତୋର ମନେ ?

 ଆଜି ଅଶାନ୍ତ ପୃଥିବୀ ଦେଖ

 ମାନବ କରେ ତ୍ରାହି ତ୍ରାହି ଡାକ

ଭରିଦେ ଶାନ୍ତି ପ୍ରୀତି ପୁଣି ଜୀବନେ। ୧।

କାହିଁକି ଧଉଳି......

କୁହୁଳି କୁହୁଳି ସନ୍ଦେହର ଧୁଆଁ

ହୃଦୟେ ଜଳଇ ପ୍ରତିହିଂସା ନିଆଁ  

ଦେଖ ମଣିଷତ୍ଵ ଯାଏ ମରି

ହିଂସା ଆତଙ୍କ ଯାଏ ପ୍ରସାରି 

ବୁଣିଦେ ମୈତ୍ରୀ ପୁଷ୍ପ ସାରା ଗଗନେ। ୨।

କାହିଁକି ଧଉଳି.........।

କରିନିଅ ଆଜ ନୂଆ ସଜବାଜ

ଫେରି ଆସିବ ସେଇ ରାମ ରାଇଜ 

 ଏତ ବୁଦ୍ଧ ଶ୍ରୀରାମଙ୍କ ଦେଶ

  ବିଶ୍ଵେ ରହିଛି ନାମ ବିଶେଷ 

ସଞ୍ଚାରିଦେ ସଙ୍ଘ ମନ୍ତ୍ର ସବୁରି ପ୍ରାଣେ। ୩।

କାହିଁକି ଧଉଳି.......। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍