ସହାହୁଅ ବାରେ ରାଧା ମାଧବ
ସହାହୁଅ ବାରେ ରାଧା ମାଧବ
1 min
278
ରଙ୍ଗହୀନ ଆଜି ଜୀବନ ପଥଟା
ଯିବାକୁ'ତ ହବ ବହୁତ ଦୂର
ରଙ୍ଗେଇ ଦିଅହେ ରଙ୍ଗିଲା ଗୋସେଇଁ
ପାଦେ ସମର୍ପୁଛି ରଙ୍ଗ ଅବିର....
ଦୋଳ ବିମାନରୁ ଆଶିଷ ବରଷି
ସର୍ବ ମନ କର ରସ ମଧୁର
ପ୍ରୀତିର ଘୃତରେ ପ୍ରେମ ଦୀପ ଜାଳେ
ପ୍ରଣତୀକୁ ମୋର କର ଆଦର .....
ହୃଦୟ ମନ୍ଦିରେ ବିଜେ ହୁଅ ପ୍ରଭୁ
ସହାହୁଅ ବାରେ ରାଧା ମାଧବ
ପୁଲକିତ ହେଉ ତନୁମନ ଡାଳ
ମନ ଚାଖୁ ଥରେ ଭକତି ସ୍ବାଦ.....
ରାଧା ମୋହନଙ୍କ ପଦ ସ୍ମରୁ ସ୍ମରୁ
ଜୀବ ପାରିହଉ ସଂସାର ଭବ
କର୍ମଫଳ ପାଇଁ ଚିନ୍ତିତ ନଥାଉ
ସଅଳେ ପହଞ୍ଚୁ ସେକୂଳେ ନାବ.....
