STORYMIRROR

Kulamani Sarangi

Others

2  

Kulamani Sarangi

Others

ଶାଗଭଜା ଟିକେ ତୋପାଇଁ କରିଛି...

ଶାଗଭଜା ଟିକେ ତୋପାଇଁ କରିଛି...

1 min
13.3K


ଶାଗଭଜା ଟିକେ ତୋପାଇଁ କରିଛି.... ....................................... ଶାଗଭଜା ଟିକେ ତୋପାଇଁ କରିଛି ବଂଧୁ ମୋ ନୀଳାଚଳିଆ, ଅରୁଆ ଅନ୍ନକୁ ବାଡିଆ ଡାଲମା ତା ସଙ୍ଗେ ଅଛି ବଢିଆ। ସାଠିଏପଉଟି ସବୁଦିନ ଭୁଞ୍ଜୁ ଥରେ ମୋ ଘରକୁ ଆଆ, ଭକତିରେ ଯେଉଁ ଶାଗଭଜା ଦେବି, ତହିଁରୁ ଟିକିଏ ଖାଆ। ତୋ ଅଇଁଠା ଟିକେ ମୁଣ୍ଡରେ ଲଗାଇ ପାଟିରେ ଦେବି ପକାଇ, ଗରବେ ଛାଡିବି ହୁରି ଗାଁଦାଣ୍ଡେ ବଂଧୁ ଆସିଥିଲା କହି। ମା'ସାଆନ୍ତାଣୀ ଯାଇଥିଲେ ପରା ଦିନେ ପତିତ ଘରକୁ, କିବା ଭାସିଯିବ ତୋର ରେ ବଂଧୁଆ ଆସିଲେ ମୋ ଦୁଆରକୁ? ବଂଧୁମହାନ୍ତିର ବଂଧୁ ହେଲୁ ପୁଣି ହେଲୁ ସୁଦାମା ଦ୍ବୀଜର, ମୁଁ ଏତେ ଦୂରିଆ ସତେକି କାଳିଆ ନଶୁଣୁ ଡାକ ମୋହର। ପାଞ୍ଚାଳୀର ରନ୍ଧା ଆଟିକା ଛୁଇଁ ତୁ ଦେଲୁ ଅନ୍ନ ଅସରନ୍ତି, ମୋଠାରେ ଟିକିଏ ଦୟାକଲେ ବଂଧୁ ସଂସାରୁ ତରି ଯାଆନ୍ତି।

କୁଳମଣି ଷଡଙ୍ଗୀ ଖଣ୍ଡପଡା


Rate this content
Log in