STORYMIRROR

Sunanda Mohanty

Children Stories Others Children

4  

Sunanda Mohanty

Children Stories Others Children

ଶାବକ ହରିଣୀ 

ଶାବକ ହରିଣୀ 

1 min
4


ମନ ତାର ଇନ୍ଦ୍ରଧନୁ 
ହୃଦୟ କୃଷ୍ଣଚୁଡା 
ଆଖିରେ ହରିଣୀ ଚାହାଣି
ଲୁହର ପାଖୁଡା 
ହସ ତାର ମଖମଲ୍ଲୀ 
ସତେକି ଧୋବ ଉଖୁଡା 
ବୟସ ତା ପନ୍ଦର ଓଠ
ଜଳ ତରଙ୍ଗ ବେଢା
କାନ୍ଦିଲେ ସେ ଫଗୁଣ ରୁଷେ
କୁଲେଇ ପାଛୁଡା
ବାରମାସୀ ଚଢେଇ ସେ
ଦିଏ ଖଣ୍ଡିଉଡ଼ା
କିଏବା ପାଇବ ତାକୁ
ସହଜ ନୁହେଁ ପଡା
ସେ ଗଲେ ଇସ୍କୁଲ ଯିବ
ଅଫିସକି ବୁଢା
କିଏ କିଣିଲେ ଗାଡ
ସେ କିଣିବ ଗୁଡ଼ି
ଆକାଶେ ଉଡ଼ା
କେ ଖାଇଲେ ଆଳୁଚପ
ସେ ଖାଇବ ଲାଲିପପ
ନେହେଲେ ଦେବ ପତ୍ରଝଡା
ସୁକୁମାରୀ ପରୀ ଆସିଛି ଖସି
ଋଷିଲେ ଉଜୁଡା
ହସିଲେ ବରଡ଼ା
କାନ୍ଦିଲେ ଦାନାର ତୋବଡା


Rate this content
Log in