STORYMIRROR

Bela Bhumi

Others

4  

Bela Bhumi

Others

ସେଇ ମୋର ଛୋଟ ଗାଁ

ସେଇ ମୋର ଛୋଟ ଗାଁ

1 min
203

ସେଇ ମୋର ଛୋଟ ଗାଁ

ପାହିଗଲେ ରାତି ଡାକ ଦିଏ ଯହିଁ 

ସ୍ନେହମୟୀ ମୋର ମା’

ବାପାରେ ଧନରେ ସହଳ ସହଳ 

ଶେଯରୁ ତୁ ଉଠିଯା, 

କିଆରି କିଆରି ଧାନ ସୋରିଷର 

ସୁନାରଙ୍ଗ ଯହିଁ ହସେ 

ଯେଉଁଠି ପବନ ଭକତିରେ ଗୋଳା

ତୁଳସୀ ତୁଳସୀ ବାସେ,

ଯହିଁ

ପଠା କାଶତଣ୍ଡୀ କଣେଇ ଚାହିଁଲେ 

ଗଭାରୁ ଗଜରା ଖସେ 

ଶ୍ରାବଣକୁ ଛୁଏଁ ଚୋରା ଚଇତାଳି 

ପଳାଶ ଚହଟି ବାସେ, 

ସକାଳ ସୁରଜ ମୁରୁଜ ବୁଣଇ 

ପବନେ ମହୁଲି ଛୁଆଁ 

ଯେଉଁଠି ସଞ୍ଜେ ନୀଳକଇଁ ନିତି 

ଜହ୍ନକୁ ଡାକେ ଆ ,

ଭୁଗୋଳ ପୋଥିରେ ନାଁ ନାହିଁ ଯାର 

ସେଇ ମୋର ଛୋଟ ଗାଁ ।।


ଯେଉଁଠି ସକାଳେ ସିନ୍ଦୁରା ଫାଟିଲେ

କାଉ ଡାକ ଦିଏ କା

କୋଇଲିର କୁହୁ ପାପିଆର ପିହୁ

ମହକ ଖେଳାଏ ବାଆ,

ପାଦ ପାଉଁଜିର ଛମକ ଛମକ

ପ୍ରାଚୀ ନଈ ପଠା ତୁଠେ

ଥର ଥର କରି ଛାତି ଛୁଇଁଯାଏ 

ସପନଟା ଚେଇଁ ଉଠେ,

ସ୍ୱୟଂଶମ୍ଭୁ ସେଇ ନାଟକେଶ୍ୱରଙ୍କ 

ବେଢ଼ା ହୁଏ ଗହ ଗହ

ଧୂପ ଧୂଆଁ ସାଥେ ଓଁ ନମଃ ଶିବାୟ 

ପୁଣି ମହା ମୃତ୍ୟଞ୍ଜୟ 

ଯେଉଁଠି ସଞ୍ଜେ ନିତି ନୀଳ କଇଁ

ଜହ୍ନକୁ ଡାକେ ଆ

ଭୂଗୋଳ ପୋଥିରେ ନାଁ ନାହିଁ ଯା'ର

ସେଇ ମୋର ଛୋଟ ଗାଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍